Odisha Weather: ୩ ଘଣ୍ଟା ପାଇଁ ଟ୍ବିନ୍‌ସିଟି ସହ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ନାଲକୋରେ ବଡ ନିଯୁକ୍ତି ସୁଯୋଗ । ଯୋଗ୍ୟ ପ୍ରାର୍ଥୀ ହାତଛଡ଼ା କରନ୍ତୁନି । ଜଲଦି ଆବେଦନ କରନ୍ତୁ । ଓଡ଼ିଶାରେ ସରକାରୀ ଚାକିରି ପାଇଁ ବମ୍ପର ସୁଯୋଗ । ସରକାରୀ ଚାକିରି କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ଆଶାୟୀଙ୍କ ପାଇଁ ବଡ ଖବର ।

Odisha Weather

ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା। ଆଜି ସୁନ୍ଦରଗଡ଼ ସମେତ ଗୋଟିଏ ଦୁଇଟି ଜିଲ୍ଲାକୁ ଛାଡ଼ିଲେ ବାକି ସମସ୍ତ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି । ବର୍ଷା ସାଙ୍ଗକୁ ସାରା ରାଜ୍ୟରେ କୋହଲା ପାଗ ଲାଗିରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତେବେ କାଲିଠୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ, ଏଥିସହ ଥଣ୍ଡା ବଢିବାର ମଧ୍ୟ ସମ୍ଭାବନା ରହିଛି ।

ତେବେ ରାଜ୍ୟରେ ଆହୁରି ୨୪ ଘଣ୍ଟା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତାକାଲି ଯାଏଁ ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା । ଏନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ଆସନ୍ତାକାଲି ଦକ୍ଷିଣ ଓଡ଼ିଶା ସମେତ ଆଭ୍ୟନ୍ତରୀଣରେ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

୨୬ ତାରିଖ ପରଠାରୁ କମିବ ବର୍ଷାର ପରିମାଣ । ଶୁକ୍ରବାର ଯାଏ ରାଜ୍ୟର ସବୁ ଅଞ୍ଚଳର ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ । ଶୁକ୍ରବାରଠାରୁ ପାରଦ ୨ରୁ ୩ ଡିଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେପଟେ ଆସନ୍ତା ୨୭ ତାରିଖ ବେଳକୁ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବାର ଆଶଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+