Odisha Weather: କୁହୁଡ଼ି ପାଇଁ ୬ ଜିଲ୍ଲାକୁ ୱାର୍ଣ୍ଣିଂ, ୧୦ ଡିଗ୍ରୀ ତଳକୁ ଖସିପାରେ ରାତି ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଘନ କୁହୁଡ଼ି ପାଇଁ ଆଜି ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ଘନକୁହୁଡ଼ି ଅନୁଭୂତ ହେବ। ୧୦ ଡିଗ୍ରୀ ତଳକୁ ଖସିପାରେ ରାତି ତାପମାତ୍ରା। କଳାହାଣ୍ଡି, କନ୍ଧମାଳ ଓ ଭଦ୍ରକରେ ଘନ କୁହୁଡ଼ି ସମ୍ଭାବନା ରହିଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼ ଓ ଗଜପତି ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ।
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପାମତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେତେକ ଜିଲ୍ଲାରେ ତାପମାତ୍ରା କମିବା ସମ୍ଭାବନା ରହିଛି। ବିଶେଷକରି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ। ଏହାସହ ଉତ୍ତରପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ପବନ ପ୍ରବାହିତ ହୋଇପାରେ। ଏହା ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ପ୍ରକୋପ ଆହୁରି ବଢିଯିବ।

କିଛି ଦିନ ବ୍ୟବଧାନ ପରେ ହଠାତ୍ ଶୀତ ବଢ଼ିଥିବାରୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଏଣେ ଅତ୍ୟଧିକ କୁହୁଡ଼ି ଯୋଗୁ ସମ୍ମୁଖ ରାସ୍ତା ଦେଖା ଯାଉନାହିଁ । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି ।












Click it and Unblock the Notifications