Odisha Weather: ଶୀତ ନେଇ ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଶୀତ ନେଇ ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ଝାରସୁଗୁଡ଼ା, ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡ଼କୁ ୱାର୍ଣ୍ଣିଂ ।
୨ ଦିନ ଘନ କୁହୁଡ଼ି ନେଇ କୋରାପୁଟ ଓ କନ୍ଧମାଳ ଜିଲ୍ଲାକୁ ଆଲର୍ଟ । କାଲି ପରଠାରୁ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିବା ପୂର୍ବାନୁମାନ। ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଛି ୧୫ ସହରର ତାପମାତ୍ରା ।

Odisha Weather

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ କାଶ୍ମୀର ଭ୍ରମ । ତୁଷାରପାତରେ ଆଛନ୍ନ ହୋଇଛି ସାରା ଅଞ୍ଚଳ । ତାପମାତ୍ରା ମାଇନସ ଆଡ଼କୁ ଗତି କରୁଛି ଆଜି ସକାଳେ ଉପରବରଖମୁଣ୍ଡାରେ ସର୍ବନିମ୍ନ ତାପମାତ୍ରା ୧ଡିଗ୍ରି ରେକର୍ଡ କରାଯାଇଛି। ଏହାଛଡ଼ା ବାର୍‌ହାକାଶିମିଳିପାଳରେ କାଶ୍ମୀର ଭ୍ରମୁଡ଼ାରେ ତାପମାତ୍ରା ୩ ଡିଗ୍ରି ଥିବା ବେଳେ ଚହଲାରେ ୩ ଡିଗ୍ରି, ନବାନାରେ ୪ ଡିଗ୍ରି, ବରେହିପାଣିରେ ୫ ଡିଗ୍ରି, ରାମତୀର୍ଥରେ ୧୦ ଡିଗ୍ରି ଓ ଗୁଡ଼ୁଗୁଡ଼ିଆରେ ୬ ଡିଗ୍ରି ରେକର୍ଡ କରାଯାଇଛି।


ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ ବାରହାକାମୁଡ଼ାର ୨ଟି ସ୍ଥାନରେ ଚଳିତବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି। ସକାଳେ ଗଛଲତା, ଘାସ ଓ ଅନ୍ୟ ଜିନିଷ ଉପରେ ବରଫର ପତଳା ଆସ୍ତରଣ ପଡ଼ିଥିବା ନଜରକୁ ଆସିଛି। ତେବେ ହଠାତ୍‌ ଶୀତର ପ୍ରକୋପ ବଢ଼ି ଯାଇଥିବାରୁ ଶିମିଳିପାଳରେ ରହୁଥିବା ବନବାସୀ ଦହଗଞ୍ଜ ହେଉଛନ୍ତି। ବୟସ୍କ, ଛୋଟ ପିଲା, ନିରାଶ୍ରୟ, ଦିନମଜୁରିଆ ଲୋକେ କଷ୍ଟ ସହୁଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଯାହା ଜଣାପଡ଼ିଛି; ଆସନ୍ତା ୪ ଦିନ ଯାଏ ଜାଡ଼ରୁ ନିସ୍ତାର ମିଳିବନି।

ଉପରବରଖମୁଣ୍ଡାରେ ସର୍ବନିମ୍ନ ତାପମାତ୍ରା୧ଡିଗ୍ରି ରେକର୍ଡ କରାଯାଇଛି। ଏହାଛଡ଼ା ବାର୍‌ହାକାଶିମିଳିପାଳରେ କାଶ୍ମୀର ଭ୍ରମୁଡ଼ାରେ ତାପମାତ୍ରା ୩ ଡିଗ୍ରି ଥିବା ବେଳେ ଚହଲାରେ ୩ ଡିଗ୍ରି, ନବାନାରେ ୪ ଡିଗ୍ରି, ବରେହିପାଣିରେ ୫ ଡିଗ୍ରି, ରାମତୀର୍ଥରେ ୧୦ ଡିଗ୍ରି ଓ ଗୁଡ଼ୁଗୁଡ଼ିଆରେ ୬ ଡିଗ୍ରି ରେକର୍ଡ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+