ଆସନ୍ତାକାଲି ପାଇଁ ୨୦ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି
ଆସନ୍ତା ୩ ତାରିଖ ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ଆସନ୍ତାକାଲି ପାଇଁ ୨୦ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି ।
ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିକୁ ୱାର୍ଣ୍ଣିଂ ।
ଉତ୍ତର ଓ ଉପକୂଳ ଓଡିଶାର କିଛି ଅଞ୍ଚଳରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୩୦ ତାରିଖ ଯାଏ ପ୍ରବଳ ବର୍ଷାର ସମ୍ଭାବନା ନଥିବା ବେଳେ ପୁଣି ୩୧ ରୁ ବଢିବ ବର୍ଷା । ୩୧ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ ।

ଆହୁରି 3ଦିନ ବର୍ଷିବ !
ରାଜ୍ୟରେ ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା । ଆହୁରି ତିନି ଦିନ ବର୍ଷିବା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଆଜି ସାରା ରାଜ୍ୟକୁ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ସେହିପରି ଆଜି ରାଜ୍ୟର କିଛି କିଛି ଅଂଚଳରେ ବର୍ଷା ହେବ ସହ ସୋନପୁର ସମ୍ବଲପୁର ଝାରସୁଗୁଡା ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ଲଘୁଚାପ ପ୍ରଭାବରେ ୩୦ ତାରିଖ ଯାଏ ବର୍ଷା ହେବାର ସମ୍ଭାବନ ଥିବା ବେଳେ ପରେ ପାଗରେ ପରିବର୍ତ୍ତନ ଆସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ମେଘୁଆ ପାଗରେ ଓ ପବନର ବେଗ ନେଇ ସମୁଦ୍ର ଅଶାନ୍ତ ରହିବ । ଫଳରେ ଆହୁରି ୨୪ ଘଣ୍ଟା ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।
ମଙ୍ଗଳବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା-
ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ପରେ 48 ଘଣ୍ଟା ମଧ୍ୟରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆଗାମୀ 31 ତାରିଖ ପର୍ଯ୍ୟନ୍ତ ବର୍ଷା ରାଜ୍ୟରେ ଲାଗି ରହିବା ନେଇ ଚେତାବନୀ ଦେଇଥିଲା ପାଣିପାଗ ବିଭାଗ ।












Click it and Unblock the Notifications