Odisha Weather: ରାଜ୍ୟରେ ଆହୁରି କମିବ ଶୀତ, ୩ ଦିନ ଯାଏ ୨ ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା

ରାଜ୍ୟରେ ଶୀତ ଆହୁରି କମିପାରେ । ଆସନ୍ତା ତିନି ଦିନ ରାତି ତାପମାତ୍ରା ଆଉ ୨ରୁ ୪ ଡିଗ୍ରୀ ବଢ଼ିବ । ଏହା ପ୍ରଭାବରେ ରାତିରେ ଶୀତ କମିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ବଢ଼ିବା ସହ ଦିନ ବେଳାର ତାତି ବି ଉପରମୁହାଁ ହେଉଛି ।

ଗୁରୁବାର ଗୋଟିଏ ଦୁଇଟି ସ୍ଥାନକୁ ଛାଡ଼ି ବାକି ସମସ୍ତ ସହରର ତାପମାତ୍ରା ୩୦ ଡିଗ୍ରୀ ଉପରେ ଥିଲା ।

ଜାନୁୟାରୀ ମାସ ଶେଷ ନ ହେଉଣୁ ତାତି ଆରମ୍ଭ ହୋଇଗଲାଣି । ଟାଣ ଖରା ଯୋଗୁ ଦିନବେଳା ଗରମ ଅନୁଭୂତ ହେଉଛି । ଝାରସୁଗୁଡ଼ା ଓ ପାରଳାଖେମୁଣ୍ଡିରେ ତାପମାତ୍ରା ସର୍ବାଧିକ ୩୩.୮ ଡିଗ୍ରୀ ରେକର୍ଡ ହୋଇଛି । ସମ୍ବଲପୁରରେ ୩୩.୪, ସୁନ୍ଦରଗଡ଼ରେ ୩୩.୨, ଟିଟିଲାଗଡ଼ରେ ୩୩, ମାଲକାନଗିରିରେ ୩୨.୬, ଭବାନୀପାଟଣା, ସୋନପୁର ଓ ବରଗଡ଼ରେ ୩୨.୫, ଭୁବନେଶ୍ୱରରେ ୩୨.୪, ଅନୁଗୁଳରେ ତାପମାତ୍ରା ୩୨.୩ ଡିଗ୍ରୀ ରେକର୍ଡ ହୋଇଛି ।

Odisha Weather

ବୁଧବାର ରାତିରେ ଜି ଉଦୟଗିରିରେ ପାରଦ ସବୁଠୁ କମ୍ ବା ୬.୫ ଡିଗ୍ରୀ ଥିଲା । ସିମିଳିଗୁଡ଼ାରେ ୯, ଫୁଲବାଣୀରେ ୧୦ ଡିଗ୍ରୀ, କୋରାପୁଟ ଓ ରାଉରକେଲା ଓ ଦାରିଙ୍ଗିବାଡ଼ିରେ ୧୧, ଝାରସୁଗୁଡ଼ାରେ ୧୧.୬, ଭବାନୀପାଟଣାରେ ୧୨.୨, ବୌଦ୍ଧରେ ୧୨.୫ ଓ ରାୟଗଡ଼ାରେ ରାତି ତାପମାତ୍ରା ୧୩.୬ଡିଗ୍ରୀ ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+