Odisha Weather: ଶୀତ-ବର୍ଷାର ଲୁଚକାଳି ଖେଳ, ଏହିସବୁ ସ୍ଥାନରେ ବର୍ଷା ସମ୍ଭାବନା

ଚଳିତ ବର୍ଷ ରାଜ୍ୟରେ କମ୍ ଶୀତ ଅନୁଭବ ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର, କୋରାପୁଟ୍ ଓ ମାଲକାନଗିରିରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ। ବାକି ଅଞ୍ଚଳରେ ବି ରାତି ତାପମାତ୍ରା ବିଶେଷ ଖସିବନି। ଭାରତୀୟ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।

ଡିସେମ୍ବର ମାସରୁ ଫେବୃଆରୀ ମାସ ଯାଏ ରାଜ୍ୟରେ ଏଭଳି ସାମ୍ଭାବ୍ୟ ପାଣିପାଗ ସ୍ଥିତିକୁ ନେଇ ଆଇଏମଡି କରିଥିବା ଆକଳନରୁ ଏହା ଜଣାପଡିଛି। ଆସନ୍ତା ତିନି ମାସ ଯାଏଁ ରାତି ତାପମାତ୍ରା ଭଳି ଦିନ ତାପମାତ୍ରା ବି ସ୍ବାଭାବିକ ଠାରୁ ଅଧିକ ରହିବ। ନବରଙ୍ଗରଙ୍ଗପୁର,କୋରାପୁଟ୍ ଓ ମାଲକାନଗିରି ଦିନ ତାପମାତ୍ରା ଅଧିକ ରହିବ। ସେହିଭଳି ରାଜ୍ୟରେ ଶୀତ ଲହରୀ ଆଦୌ ରହିବନି। ଅର୍ଥାତ୍ ଡିସେମ୍ବରରୁ ଫେବୃଆରୀ ଯାଏଁ ଶୀତ ଲହରୀ ଭଳି ସ୍ଥିତି ସୃଷ୍ଟି ହେବାର କ୍ବିଚିତ୍ ସମ୍ଭାବନା ରହିଛି ।

Odisha Weather

ସେହିଭଳି ଡିସେମ୍ବର ମାସରେ ରାଜ୍ୟର ସବୁ ଅଞ୍ଚଳରେ ରାତି ତପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ। ଫଳରେ ଅଧିକ ଶୀତ ଅନୁଭୂତ ହେବନି। ସେହିଭଳି ଏମାସରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଠାରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି କୋରାପୁଟ, ମାଲକାନଗିରି, ଗଂଜାମ, ନୟାଗଡ଼, ବାଲେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା,, ଗଜପତି, କନ୍ଧମାଳ ଓ ରାୟଗଡ଼ାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୬ ତାରିଖରୁ ୮ ତାରିଖ ଯାଏଁ ପାଗ ଶୁଖିଲା ରହିବ। ଆସନ୍ତା ୬ ଦିନ ଯାଏଁ ରାଜ୍ୟରେ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+