ଆଉ ୨ଦିନ ଅସହ୍ୟ ଗରମ: ୨୦ରୁ ବଦଳିବ ରାଜ୍ୟରେ ପାଗ !
Odisha News: ରାଜ୍ୟରେ ୨୦ ତାରିଖରୁ ବଦଳିବ ପାଗ । ଆଉ ଦୁଇ ଦିନ ଅସହ୍ୟ ଗରମ କରିବ କଲବଲ । ଆଜି ବୌଦ୍ଧ ଓ ଝାରସୁଗୁ଼ଡାର କିଛି ସ୍ଥାନରେ ହିଟୱେଭ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ୨୦ ତାରିଖ ପାଇଁ ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ବଲାଙ୍ଗିର ଓ ଝାରସୁଗୁଡାରେ ଅସହ୍ୟ ଗରମ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୦ ତାରିଖରେ ରାଜ୍ୟ ପାଗ ମିଜାଜ ବଦଳିବ । କାଳବୈଶାଖୀ ହେବାର ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ଓଡ଼ିଶା ଉପକୂଳସ୍ଥ ହେବ ଏବଂ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଯଥେଷ୍ଟ ମାତ୍ରାରେ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।












Click it and Unblock the Notifications