ଏଥର ହୋଲିରେ ପ୍ରବଳ ଗରମ, ସତର୍କ କଲା ପାଣିପାଗ ବିଭାଗ
Odisha Weather: ଆସନ୍ତାକାଲି ସାରା ରାଜ୍ୟରେ ହୋଲି ପର୍ବ ପାଳନ କରା ଯିବ ହେଲେ ଅତ୍ୟଧିକ ଖର ଗରମ ପାଇଁ ଏଥର ହୋଲି ଫିକା ପଡିପାରେ । ଆଗାମୀ ୫ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଯେଉଁଥି ପାଇଁ ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ଯାଏଁ ଝାରସୁଗୁଡ଼ା, ସମ୍ବଲପୁର, ମୟୂରଭଞ୍ଜ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ସେହିପରି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଅନୁଗୁଳ, ଢେଙ୍ଗାନାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଗଜପତି, କଳାହାଣ୍ତି ଆଦି ଜିଲ୍ଲାରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେବ ।













Click it and Unblock the Notifications