Odisha Weather: ରାଜ୍ୟରେ ବଦଳିଲା ପାଗ, ଆଶ୍ବସ୍ତି ଆଣିଲା କାଳବୈଶାଖୀ, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ
ରାଜ୍ୟରେ ବଦଳିଲା ପାଗ । ତାତିରୁ ଆଶ୍ବସ୍ତି ଆଣିଲା କାଳବୈଶାଖୀ । ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଓ ୧୧ ତାରିଖରେ ବର୍ଷା ସମ୍ଭାବନା ରହଛି। କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ହୋଇଛି । ଆଜି ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି।
ଗତକାଲି ସୁନ୍ଦରଗଡ ଜିଲ୍ଲା ଟେନସା ଅଂଚଳରେ କୁଆପଥର ମାଡ଼ ସହ ପ୍ରାୟ ଏକ ଘଣ୍ଟା ବର୍ଷା ହୋଇଛି । ଏଥିପାଇଁ ଗରମରୁ କିଛି ମାତ୍ରାରେ ତ୍ରାହି ମିଳିଛି । ଏପଟେ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ସକ୍ରିୟ ରହିଛି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ରିକର୍ଭ କରି ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ।

ପରବର୍ତ୍ତୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଧୀରେ ଧୀରେ ଦୁର୍ବଳ ହେବ ବୋଲି ପୂର୍ବାନୁମାନ କରାଯାଇଛି । ସୁଦୃଶ ଲଘୁଚାପର ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିବନାହିଁ। କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ପାଗରେ ପରିବର୍ତ୍ତନ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ୩ ଦିନ ମଧ୍ୟରେ ଆହୁରି ୪ ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି ।
ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଏପ୍ରିଲ ୧୨ ଯାଏଁ କାଳବୈଶାଖୀ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପର ରୂପ ନେଇଛି । ଆଗାମୀ ୨୪ଘଣ୍ଟା ଯାଏଁ ସ୍ପଷ୍ଟ ଚିହ୍ନିତ ଲଘୁଚାପ ତୀବ୍ରତା ବଜାୟ ରଖିବା ସହ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି । ପରବର୍ତ୍ତି ୨୪ ଘଣ୍ଟାରେ ଦିଗ ବଦଳାଇ ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ଧିରେ ଧିରେ ଦୁର୍ବଳ ହେବ ।












Click it and Unblock the Notifications