ଆସନ୍ତାକାଲି ଯାଏ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ
Odisha Weather: ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନରେ ସୃଷ୍ଟି ହୋଇଥିବା ଗଭୀର ଆବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଯାହା ଆଗାମୀ ୧୨ ଘଣ୍ଟା ମଧ୍ୟ ଦୁର୍ବଳ ଅବପାତରେ ପରିଣିତ ହୋଇପାରେ ଏବଂ ଏହା ଝାଡ଼ଖଣ୍ତ ଓ ଉତ୍ତର ଛଚିଶଗଡ଼ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ହତି କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ଏହା ପ୍ରଭାବରେ ଆସନ୍ତା ପର୍ଯ୍ୟନ୍ତ ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଏବଂ ୨ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ଆସନ୍ତାକାଲି ସକାଳ ଯାଏ ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁ଼ଡ଼ା ଏବଂ ଅନୁଗୋଳରେରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଯେଉଁଥି ପାଇଁ ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଆସନ୍ତାକାଲିଠୁ ରାଜ୍ୟରେ ବର୍ଷାର ପରିମାଣ କମିବା ସହ ଗରମ ଗୁଳୁଗୁଳିଆ ବଢିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଜୁନ୍ ୧ ତାରିଖ ରୁ ଏପର୍ଯ୍ୟନ୍ତ ରାଜ୍ୟରେ ୯୬୩ ଦଶମିକ ୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।












Click it and Unblock the Notifications