For Quick Alerts
Turn On Notification  
For Daily Alerts
Oneindia App Download

ମାଡ଼ି ଆସୁଛି ପ୍ରଚଣ୍ଡ ତାତି: ମାର୍ଚ୍ଚରୁ ମେ', ଜଳିବ ସାରା ରାଜ୍ୟ

ଆସନ୍ତା 24 ଘଣ୍ଟା ପରେ ସ୍ବାଭାବିକଠାରୁ 5 ଡିଗ୍ରୀ ଅଧିକ ତାପମାତ୍ରା ଅନୁଭୂତ ହେବ । ଖୋର୍ଦ୍ଧା, କଟକ, ଅନୁଗୁଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଏବଂ ନୟାଗଡରେ ଅଧିକ ତାତି ଅନୁଭୂତ ହେବ ।

|

Odisha Weather Update: ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ । ଆସନ୍ତା 24 ଘଣ୍ଟା ପରେ ସ୍ବାଭାବିକଠାରୁ 5 ଡିଗ୍ରୀ ଅଧିକ ତାପମାତ୍ରା ଅନୁଭୂତ ହେବ । ଖୋର୍ଦ୍ଧା, କଟକ, ଅନୁଗୁଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଏବଂ ନୟାଗଡରେ ଅଧିକ ତାତି ଅନୁଭୂତ ହେବ । ଏହି ସବୁ ଜିଲ୍ଲାରେ ସ୍ବାଭାବିକ ତାପମାତ୍ରାଠାରୁ 5 ଡିଗ୍ରୀ ଅଧିକ ରହିବ।

Odisha Weather Update

ତେବେ ମିଳିଥିବ‌ା ତଥ୍ୟ ଅନୁଯାୟୀ ଏହି ୩ ମାସରେ ଓଡ଼ିଶାର ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ହାରାହାରି .୬୬ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ । ଆଜି ଭୂ-ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ‌ମାର୍ଚ୍ଚରୁ ମେ' ମାସ ପର୍ଯ୍ୟନ୍ତ ତାପମାତ୍ରାକୁ ନେଇ ଏଭଳି ପୂର୍ବାନୁମାନ କରାଯାଇଛି ।

ତଥ୍ୟ ଅନୁଯାୟୀ, ମାର୍ଚ୍ଚରୁ ମେ' ମାସ ମଧ୍ୟରେ ଉତ୍ତର, ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବ ଭାରତର ଅଧିକାଂଶ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଏଥିସହ କେନ୍ଦ୍ରୀୟ ଭ‌ାରତର ପୂର୍ବ (ଛତିଶଗଡ଼ ଓ ଓଡ଼ିଶା) ଏବଂ ପଶ୍ଚିମ ଭାଗ ସମେତ ଉତ୍ତର ଉପଦ୍ବୀପ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳ (ଗୋଆ ଓ ଉପକୂଳ ଆନ୍ଧ୍ରପ୍ରଦେଶ)ର କିଛି କିଛି ସ୍ଥାନରେ ବି ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଏହି କ୍ରମରେ ଆସନ୍ତା ୩ ମାସରେ ଓଡ଼ିଶାର ତାପମାତ୍ରା ବି ସ୍ବାଭାବିକଠାରୁ ଅଧିକ ରହିବ ଓ ସ୍ଥଳ ବିଶେଷରେ ବହୁତ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Weather Update: temperature May in High from March to May
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X