Odisha Weather Update: ଭିଜିବ ଓଡ଼ିଶା, ଏହି ସବୁ ଜିଲ୍ଲାକୁ ଆଲର୍ଟ

ମୌସୁମୀ କେରଳ ଛୁଇଁ ସାରିଥିବା ବେଳେ ଖୁବଶୀଘ୍ର ଓଡ଼଼ିଶାରେ ଏହା ପହଞ୍ଚିବା ନେଇ ଆଶା ବାନ୍ଧି ବସିଛନ୍ତି । ତେବେ ଆଜି ଅର୍ଥାତ୍‌ ରବିବାର ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଗତ ଦୁଇଦିନ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କୋହଲା ପାଗ ଯୋଗୁଁ ତାପମାତ୍ରା ପରିବର୍ତ୍ତନ ଘଟିଛି । ଏହାସତ୍ତ୍ବେ ଅଧିକାଂଶ ସ୍ଥାନରେ ଗରମ ଗୁଳୁଗୁଳିରେ ସନ୍ତୁଳି ହୋଇଛନ୍ତି ରାଜ୍ୟବାସୀ । ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କନାଳ, ଅନୁଗୁଳ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବର୍ଷା ନେଇ ଆକଳନ କରାଯାଇଛି ।

Odisha Weather
ଗତ ୨୪ ଘଣ୍ଟା ମଧ୍ୟରେ ୫ରୁ ୬ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ବର୍ତ୍ତମାନ ରାଜ୍ୟ ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକ ପ୍ରଭାବ ନାହିଁ । କିନ୍ତୁ ଉପକୂଳ ଅଞ୍ଚଳରୁ ଉଷ୍ଣ ଆର୍ଦ୍ର ବାୟୁ ପ୍ରବେଶ କରୁଥିବାରୁ କେତେକ ଅଞ୍ଚଳରେ ବର୍ଷା ହୋଇପାରେ । ଆଉ ଅଳ୍ପ କିଛି ଦିନ ମଧ୍ୟରେ ରାଜ୍ୟକୁ ମୌସୁମୀ ଛୁଇଁବ ।

ଗତକାଲି ରାଜ୍ୟର ୧୦ଟି ସ୍ଥାନରେ ହିଟ୍‌ୱେଭ୍‌ ସ୍ଥିତି ରହିଥିଲା । ଝାରସୁଗୁଡ଼ା, ସମ୍ବଲପୁର, ଭବାନୀପାଟଣା, ବଲାଙ୍ଗୀର, ଫୁଲବାଣୀ, ଟିଟିଲାଗଡ଼, ସୋନପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇଛି ।

ବର୍ଷା ସହ ୧୧ ଜିଲ୍ଲାରେ ୪୮ ଘଣ୍ଟା ପରେ ବର୍ଷା ପରିମାଣ କମିପାରେ । କାଁ ଭାଁ ଜାଗାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଗତ ଦୁଇ ଦିନ ହେଲା ଟ୍ବିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ସକାଳୁ ପାଗ କୋହଲ ରହିଥିବା ଦେଖା ଦେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+