Odisha Weather Update: ରାଜ୍ୟରେ ବର୍ଷା ଜାରି, ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ
ରାଜ୍ୟରେ ପୁଣି ବର୍ଷା ୱାର୍ଣ୍ଣିଂ। କାଲିଠୁ ଦୁଇ ଦିନ ବର୍ଷିବ । ମିଆଁମାର ପାଖାପାଖି ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର, ପଶ୍ଚିମ ଦିଗ ଦେଇ ଗତି କରି ଉପକୂଳବର୍ତ୍ତୀ ବଙ୍ଗଳାଦେଶକୁ ଆସିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
ଆଜି ଏବଂ ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେଓଗଡ଼, ଗଜପତି, ଗଂଜାମ, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ବିଜୁଳି ଘଡ଼ଘଡି ସହ ବର୍ଷାର ସତର୍କତାକୁ ନେଇ ୟେଲୋ ଆଲର୍ଟ ମଧ୍ୟ ଜାରି କରାଯାଇଛି। ୧୩ ତାରିଖ ଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ବିଶେଷକରି, ଉତ୍ତର ଓଡି଼ଶାରେ ଏହାର ପ୍ରଭାବ ଅଧିକ ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଚଳିଚ ମୌମୁମୀ ସିଜିନ୍ ରେ ରାଜ୍ୟରେ ଜୁନ୍ ୧ରୁ ଏପର୍ଯ୍ୟନ୍ତ ୯୩୮.୭ ମିମି ବର୍ଷା ରେକର୍ଡ ହୋଇଛି।
ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ଉତ୍ତର ଛତିଶଗଡରେ ସକ୍ରିୟ ରହିଛି ଅବପାତ। ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। କାଁଭାଁ ସ୍ଥାନରେ ବିଶେଷକରି, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ।ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ରୂପା ରୋଶନ ସାହୁ ମାଲକାନଗିରି ଜିଲ୍ଲା ଗସ୍ତ କରି ଲଗାଣ ବର୍ଷା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି। ଶ୍ରୀମତୀ ସାହୁ ପୋଟେରୁ ଅଞ୍ଚଳ ଗସ୍ତ କରି ଲଗାଣ ବର୍ଷା ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ। ଲଗାଣ ବର୍ଷା ପରବର୍ତ୍ତୀ ସ୍ଥିତିରେ ଜନଜୀବନ କିଭଳି ସ୍ବାଭାବିକ ହୋଇପାରିବ ସେଥି ନିମନ୍ତେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଶାସନର ତଥ୍ୟ ଅନୁଯାୟୀ ମୋଟ ୮୮୩୦ ହେକ୍ଟର ଜମି ନଷ୍ଟ ହୋଇଥିବାବେଳେ ମୋଟ ୨୭୮ଟି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ େହାଇଛି। ୩ଟି ଘର ସମ୍ପୂର୍ଣ ଭାବେ ଭାଙ୍ଗି ଯାଇଛି। ସେହିପରି ଜିଲ୍ଲାରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କୁ ୫୭୦ଟି ପଲିଥିନ ରୋଲ ବଣ୍ଟା ଯାଇଛି। ୫୪ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅଗ୍ନିଶମ ବିଭାଗ ଦ୍ୱାରା ୨୭ ଜଣଙ୍କୁ ଜଳବନ୍ଦୀରୁ ଉଦ୍ଧାର ସହ ୧୬୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଦଳ ଦ୍ୱାରା ମୋଟ ୨୨୯୮ ଜଣଙ୍କୁ ତଳିଆ ଅଞ୍ଚଳରୁ ଆଣି ୧୫ଟି ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ବର୍ତ୍ତମାନ ୧୪୧ଜଣ ତିନୋଟି ଆଶ୍ରୟସ୍ଥଳୀରେ ଅଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ନଷ୍ଟ ହୋଇଥିବା ରାସ୍ତା ଗୁଡିକର ମରାମତି ହୋଇଥିବା ସୂଚନା ପ୍ରଦାନ କରିଛନ୍ତି। ଗତ ୯ ତାରିଖ ସୁଦ୍ଧା ଜିଲ୍ଲାର ୧୨ଟି ପୋଲ ଉପରେ ଜଳସ୍ତର ବୃଦ୍ଧି ପାଇଥିବାବେଳେ ଏହି ସମସ୍ତ ପୋଲ ଉପରେ ଜଳସ୍ତର ହ୍ରାସ ପାଇଛି। ଗତ ୮ ତାରିଖରେ ମାଲକାନଗିରି ଜିଲ୍ଲାରେ ହାରାହାରି ୧୮୧.୪୨ ମିଲିମିଟର ବର୍ଷା ହୋଇଥିବାବେଳେ ୯ ତାରିଖ ଦିନ ହାରାହାରି ୬୬.୪୦ ମିଲିମିଟର ବର୍ଷା ନମୋଦ ହୋଇଛି।












Click it and Unblock the Notifications