ଆସନ୍ତା ୯ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା
ଆସନ୍ତା ୯ ତାରିଖରେ ଲଘୁଚାପ ସୃଷ୍ଟି ସମ୍ଭାବନା । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଟୁଇଟ୍ କରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ଲଘୁଚାପ ସୃଷ୍ଟି ସମ୍ଭାବନା । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଟୁଇଟ୍ କରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗ ବିଭାଗ ସୂଚନା ଅନୁସାରେ, ଆସନ୍ତା ୯ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ହେଲେ ଏହା ବିଷୟରେ ପାଣିପାଗ ବିଭାଗ ପକ୍ଷରୁ ଅଧିକ କିଛି ସୂଚନା ଦିଆଯାଇ ନାହିଁ। ଏହା ପ୍ରଭାବରେ ରାଜ୍ୟରେ କେଉଁ ଜିଲ୍ଲାରେ ପାଗର ପରିବର୍ତ୍ତନ ହେବ ତଥା ବର୍ଷାର ସମ୍ଭାବନା ସମ୍ପର୍କରେ ମଧ୍ୟ କିଛି ସୂଚନା ଦିଆଯାଇନି।
ସୂଚନାଯୋଗ୍ୟ, କିଛିଦିନ ହେବ ରାଜ୍ୟରେ ପାଗ ଶୁଖିଲା ରହିଛି। ପାହାନ୍ତିଆ ସମୟରେ ଅଳ୍ପ ଶୀତ ଅନଭୂତ ହେଉଛି। କନ୍ଧମାଳ ଜିଲ୍ଲାରେ ଶୀତର ପ୍ରକୋପ ଅଧିକ ଅନୁଭୂତି ହେଉଛି। ଶୀତରୁ ରକ୍ଷା ପାଇବା ଲାଗି ଲୋକେ ନିଆଁ ଜାଳି ବସି ରହୁଥିବା ବେଳେ ଆଉ କିଛି ଲୋକେ ପ୍ରାତଃ ଭ୍ରମଣ କରୁଛନ୍ତି।












Click it and Unblock the Notifications