ବାତ୍ୟାର କୌଣସି ସୂଚନା ନାହିଁ: ପାଣିପାଗ ବିଭାଗ
ପ୍ରବଳ ବର୍ଷା ନାହିଁ ବାତ୍ୟା ଭୟ, ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ,ପ୍ରବଳ ବର୍ଷା ନାହିଁ ବାତ୍ୟା ଭୟ , ୭ ତାରିଖଠୁ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି । ଚଳିତ ମାସ ରାଜ୍ୟକୁ ନାହିଁ ବାତ୍ୟା ଭୟ
Odisha Weather Update: ଚଳିତ ମାସ ରାଜ୍ୟକୁ ନାହିଁ ବାତ୍ୟା ଭୟ । ସେପ୍ଟମ୍ବର ମାସରେ ଏକ ବାତ୍ୟା ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଯାହାକୁ ନେଇ ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରେର ପାଣିପାଗ ବିଜ୍ଞାନୀ ମାଶଙ୍କରଙ୍କ ଦାସ ମନ୍ତବ୍ୟ ଦେଇ କହିଛନ୍ତି କୌଣସି ସେପ୍ଟମ୍ବର ମାସରେ ବାତ୍ୟା ସୂଚନା ନାହିଁ କି ବାତ୍ୟା ନେଇ କିଛି ଆକଳନ ହୋଇନି । ରାଜ୍ୟରେ ୬ ତାରିଖଠୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ବାବନା ରହିଛି । ସେହିପରି ସେପ୍ଟମ୍ବର ମାସରେ ସ୍ୱାଭାବିକ ଠାରୁ ଅଧିକ ପରିମାଣରେ ବର୍ଷା ହେବାର ଆଶଙ୍କା କରାଯାଉଛି । ୫ ତାରିଖଠୁ ରାଜ୍ୟର କିଛି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ବିଜ୍ଞାନୀ ଉମାଶଙ୍କର ଦାସ । ସେହିପରି ୭ ତାରିଖଠୁ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି ।

ଚଳିତ ମାସରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ସେପ୍ଟେମ୍ବର ୮ ତାରିଖରେ ପ୍ରଥମ ଲଘୁଚାପ ସୃଷ୍ଟି ହେବାର ସୂଚନା ରହିଛି ସେହିପରି ଦ୍ୱିତୀୟ ଲଘୁଚାପ ସେପ୍ଟେମ୍ବର ୯ରୁ ୧୫ ତାରିଖ ମଧ୍ୟରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ଚେତାବନୀ ଜାରି କରାଯାଇଛି । ସେହିପରି ପୁରୀ ,ଖୋର୍ଦ୍ଧା,ଗଞ୍ଜାମ୍ ,କନ୍ଧମାଳ ,କଳାହାଣ୍ତି ,ନବରଙ୍ଗପୁର ଆଜି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ଆଉ ୨ ଦିନ ଦୁର୍ବଳ ମୌସୁମୀ ପାଇଁ ଗୁଳୁଗୁଳି ଗରମ ଲାଗିରହିବ । ଗତ ୨୪ ଘଣ୍ଟାରେ ରାଜ୍ୟର ୨୨ଟି ସହରର ତାପମାତ୍ରା ୩୫ଡିଗ୍ରୀଠାରୁ ଅଧିକ ରହିଛି । ଅନୁଗୋଳରେ ସର୍ବାଧିକ ତାପମାତ୍ରେ ରେକର୍ଡ କରାଯାଇଛି । ଆଜି ଅନୁଗୋଳରେ ୩୬.୭ ଡିଗ୍ରୀ ତାପମାତ୍ରା ରହିଛି ।












Click it and Unblock the Notifications