ସ୍ଥଳ ଭାଗ ମୁହାଁ ଲଘୁଚାପ ! ୨୪ ଘଣ୍ଟା ପରେ ବର୍ଷା କମିବ
ସ୍ଥଳ ଭାଗ ମୁହାଁ ଲଘୁଚାପ ! ୨୪ ଘଣ୍ଟା ପରେ ବର୍ଷା କମିବ
Odisha Weather:ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସୃଷ୍ଟି ଲଘୁଚାପ କ୍ଷେତ୍ର ସ୍ଥଳଭାଗ ମୁହାଁ ହୋଇଛି । ଆଜି ପଶ୍ଚିମ ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷିପାରେ । ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଉତ୍ତର-ଓଡ଼ିଶା ପାର୍ଶ୍ୱବର୍ତ୍ତି ପଶ୍ଚିମ ଉପକୂଳ ମୁହାଁ ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ଆସନ୍ତା କାଲି କୋରାପୁଟ, ନବରଙ୍ଗପୁର, କଳାହାଣ୍ତି, ନୂଆପଡା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ସମସ୍ତ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି ।

ସ୍ଥଳ ଭାଗ ମୁହାଁ ଲଘୁଚାପ!!!
ଆଜି ପଶ୍ଚିମ ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି
24 ଘଣ୍ଟା ପରେ ରାଜ୍ୟରେ କମିବ ଲଘୁଚାପ ର ପ୍ରଭାବ pic.twitter.com/zhhtQF3Ir0
— Meteorological Centre, Bhubaneswar (@mcbbsr) September 21, 2022
ସେହିପରି ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ ଲଘୁଚାପଜନିତ ବର୍ଷା କମିବ । ମୌସୁମୀ ପ୍ରଭାବରେ ରାଜ୍ୟରେ ଜୁନ୍ ୧ ରୁ ସେପ୍ଟେମ୍ବର ୨୦ ମଧ୍ୟରେ ୧୧୪୦.୯ମି.ମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୧୦୯୧.୧ ତୁଳନା ୫% ଅଧିକ । କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୧୬୪୯.୯ ମିମି ଏବଂ ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ୮୩୬.୧ ମିମି ବର୍ଷା ରେକର୍ଡ ହୋଇଛି ।












Click it and Unblock the Notifications