ରଥଯାତ୍ରାରେ ବର୍ଷା ଆଶଙ୍କା, ଭିଜିବ ବଡଦାଣ୍ଡ
ରଥଯାତ୍ରାରେ ହୋଇପାରେ ବର୍ଷା । ଭିଜିବ ବଡଦାଣ୍ଡ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା
ଭୁବନେଶ୍ବର: ରଥଯାତ୍ରାରେ ହୋଇପାରେ ବର୍ଷା । ଭିଜିବ ବଡଦାଣ୍ଡ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ୪ ଦିନ ଧରି ରାଜ୍ୟରେ ବର୍ଷିବ ।

ପୁରୀ ସମେତ ଉପକୂଳ ଓଡିଶାରେ ଆଗାମୀ ୨୪ ଘଣ୍ଟା ଧରି ମେଘୁଆ ରହିବ ପାଗ । ୫ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଉଛି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି । ପଶ୍ଚିମ କେନ୍ଦ୍ରୀୟ ଓ ଉତର-ପଶ୍ଚିମ ବଙ୍ଗୋପସାଗରରେ ଆଜି ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।












Click it and Unblock the Notifications