ସକ୍ରିୟ ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ବର୍ଷା, ୧୨ ଘଣ୍ଟାରେ ଦୁର୍ବଳ ହେବ ଅବପାତ !
ସକ୍ରିୟ ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ବର୍ଷା, ୧୨ ଘଣ୍ଟାରେ ଦୁର୍ବଳ ହେବ ଅବପାତ !
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟବ୍ୟାପି ଲଗାଣ ବର୍ଷା । ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସଂଭାବନା । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ ଯେଉଁଥି ପାଇଁ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ।

ସକ୍ରିୟ ମୌସୁମୀ ପ୍ରଭାବରେ ମେଘ ସମୂହ ର ଚଳନ୍ତି ଯାତ୍ରା pic.twitter.com/01Wkts7D8j
— Meteorological Centre, Bhubaneswar (@mcbbsr) September 12, 2022
ସେପଟେ ଅବପାତ ଦକ୍ଷିଣ ଛତିଶଗଡ ଉପରେ କେନ୍ଦ୍ରିଭୂତ ହେଉଛି । ବର୍ତ୍ତମାନ ଏହା ଭବାନୀପାଟଣା ଠାରୁ ପଶ୍ଚିମ -ଉତ୍ତର-ପଶ୍ଚିମ ଦିଗରେ ୧୯୦ କିମି ଦୂରରେ ରହିଛି । ଧିରେ ଧିରେ ପଶ୍ଚିମ ଦିଗରେ ଗତି କରିବା ସହିତ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରୁଛି ।
📌ଆଜି ବି ରାଜ୍ୟରେ ବିସ୍ତୃତି ବର୍ଷା
📌ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷାର ଆକଳନ
📌13 ତାରିଖ ଯାଏଁ ଓଡିଶା ଉପକୂଳ ଅଶାନ୍ତ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
📌ଆଜି ବି କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି
— Meteorological Centre, Bhubaneswar (@mcbbsr) September 12, 2022
ସେପଟେ ସକ୍ରିୟ ମୌସୁମୀ ପ୍ରଭାବରେ ଦକ୍ଷିଣ, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୧୦ ଜିଲ୍ଲାକୁ ଅରେଞ୍ଜେ ଓ ୧୬ ଜିଲ୍ଲାକୁ ୟେଲୋ ୱାରନିଙ୍ଗ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ପ୍ରାୟତଃ ଘଣ୍ଟା ପ୍ରତି ୪୫ ରୁ ୫୫ କିଲୋମିଟର ବେଗର ପବନ ବହିବ ।












Click it and Unblock the Notifications