ଏହି ୭ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲା ପାଣିପାଗ ବିଭାଗ
ଆଗାମୀ ୨୪ ଘଣ୍ଟା ମଧ୍ୟରେ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ଭୁବନେଶ୍ୱର: ଉତ୍ତର ପଞ୍ଜାବ ରୁ ହରିୟାଣା, ଉତ୍ତର-ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ମଧ୍ୟଦେଇ ଉତ୍ତରପୂର୍ବ ବଙ୍ଗୋପସାଗର ଯାଏଁ ସମୁଦ୍ର-ପତ୍ତନରେ ଲମ୍ବିଥିବା ନିମ୍ନ ଚାପରେଖ ବା ଟ୍ରଉଫ-ଲାଇନ ର ପ୍ରଭାବ ଏବଂ ଦକ୍ଷିଣ ବଙ୍ଗଳାଦେଶ ତଥା ତାର ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ରପତଥାନ ଠାରୁ ୨.୧ ରୁ ୭.୬ କିମି ଯାଏଁ ବ୍ୟାପିଥିବା ଘୁର୍ନି ବଳୟ ପ୍ରଭାବରେ ଆଜି ଉପକୂଳ ଓଡ଼ିଶାର ଜିଲ୍ଲାଗୁଡିକରେ ମୌସୁମୀ ଜନିତ ବର୍ଷା ଲାଗି ରହିଛି ।

ଏହି ଦ୍ୱୟ ପାଣିପାଗ ନିୟାମକ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଲୋକଙ୍କୁ ନିରାପଦ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।












Click it and Unblock the Notifications