ତାତିରୁ ମିଳିବ ଆଶ୍ୱସ୍ତି , ଆସୁଛି ଆଉ ୨ଟି ଲଘୁଚାପ
୫ ତାରିଖରୁ ବଦଳିଯିବ ରାଜ୍ୟର ପାଗ,ତାତିରୁ ମିଳିବ ଆଶ୍ୱସ୍ତି , ଆସୁଛି ଆଉ ୨ଟି ଲଘୁଚାପ,ଖୋର୍ଦ୍ଧା ,ଗଞ୍ଜାମ ,ପୁରୀ ,ଗଜପତି ,କନ୍ଧମାଳ ,ରାୟଗଡ଼ା ,କଳାହାଣ୍ତି , ଓ ନବରଙ୍ଗପୁର,ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେଣୁ ପାଣିପାଗ ବିଜ୍ଞାନ କେନ୍ଦ୍ର
ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେଲା ଦୁର୍ବଳ ମୌସୁମୀ ପାଇଁ ଗରମ ସହ ଗୁଳୁଗୁଳି ଲାଗିରହିଥିଲା । ହେଲେ ଚଳିତ ମାସ ୫ ତାରିଖରୁ ବଦଳିଯିବ ରାଜ୍ୟର ପାଗ । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଆସୁଛି ୨ଟି ଲଘୁଚାପ । ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଚି ହୋଇ ଛତିଶଗଡ ମୁହାଁ ହେବ । ୮ ତାରିଖରେ ଗୋଟିଏ ଓ ୧୫ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୬ ତାରିଖରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବଢିବ ବର୍ଷାର ପରିମାଣ । ଏନେଇ ଖୋର୍ଦ୍ଧା ,ଗଞ୍ଜାମ ,ପୁରୀ ,ଗଜପତି ,କନ୍ଧମାଳ ,ରାୟଗଡ଼ା ,କଳାହାଣ୍ତି , ଓ ନବରଙ୍ଗପୁର,ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେଣୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲା ଗୁଟିକୁ ୟେଲୋୱାର୍ଣ୍ଣିଂ ଜରି କରାଯାଇଛି । ସେହିପରି ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି ।

ସେହିପରି ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦୁର୍ବଳ ମୌସୁମୀର ପ୍ରଭାବ ରହିବ । ଯାହା ଫଳରେ ତାତି ସାଙ୍ଗକୁ ଗୁଳୁଗୁଳି ଲାଗି ରହିବ । ଆଜି ଭୁବନେଶ୍ୱର ସହ ଆଖ ପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବ ।












Click it and Unblock the Notifications