ଘନୀଭୂତ ହେଉଛି ବାତ୍ୟା:ଜାଣନ୍ତୁ ଓଡ଼ିଶାରେ ପଡିବ କି ପ୍ରଭାବ

Odisha Weather Update: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଗାମୀ ୧୮ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବାରେ ସମ୍ଭାବନା ରହିଛି । ସକ୍ରିୟ ଗଭୀର ଅବପାତଟି ଗତ ୬ ଘଣ୍ଟା ହେବ ସ୍ଥିର ରହିଛି ଏବଂ ବର୍ତ୍ତମାନ ପାରାଦୀପ ଠାରୁ ୪୩୦ କିଲୋମିଟର ଦୂରରେ ଓ ଦୀଘାଠାରୁ ୫୯୦ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି ।

ସୂଚନା ଅନୁସାରେ, ବାତ୍ୟାର ରୂପ ନେବା ପରେ ଏହା ବାଂଲାଦେଶ ଆଡ଼କୁ ଆଗ୍ରସର ହେବାର ଆଶଙ୍କା ରହିଛି । ୨୫ ତାରିଖ ସୁଦ୍ଧା ସୃଷ୍ଟି ହୋଇଥିବା ବାତ୍ୟା ଖେପୁପରା ଓ ଚିଟ୍ଟାଗଙ୍ଗ ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Odisha Weather Update

ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଓଡ଼ିଶାରେ ଏହାର ପ୍ରଭାବ ପଡିବ କି ନାହିଁ । ତେବେ ଉପକୂଳବର୍ତ୍ତୀ ଓଡ଼ିଶା ଓ ପଡୋଶୀ ପଶ୍ଟିମବଙ୍ଗରେ ବାତ୍ୟା ପ୍ରଭାବରେ ଆଜୁଠୁ ୨୫ ଯାଏଁ ସ୍ୱଳ୍ପରୁ ମଧ୍ୟ ଧରଣର ବର୍ଷା ହେବାର ଆସଙ୍କା ରହିଛି ।

ସେହପରି ଆଜି କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରିରେ ୨୪ ଏବଂ ୨୫ ତାରିଖରେ ବର୍ଷାର ସମ୍ଭାବନା ରହିଛି । ସେହିପରି ଓଡ଼ିଶା ଏବଂ ସନ୍ନିକଟ ପଶ୍ଚିବଙ୍ଗରେ ଘଣ୍ଟାପ୍ରତି ୪୫ ରୁ ୫୫ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଡି ମୃତ୍ୟୁଞ୍ଜୟ ମହାପାତ୍ର ।

ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା । ଷଣ୍ଢକୁଦ, ନୂଆବଜାର ଆଦି ବସ୍ତିରେ ଥିବା ମତ୍ସ୍ୟଜୀବୀଙ୍କୁ ସଚେତନ । ଡାକବାଜି ଯନ୍ତ୍ର ଦ୍ୱାରା ମତ୍ସ୍ୟଜୀବୀଙ୍କୁ ମତ୍ସ୍ୟ ବିଭାଗର ସଚେତନତା । ଜୁଆର ଓ ପବନ ଆଶଙ୍କାରେ ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଯିବାକୁ ବାରଣ । ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ ଆଜି ସୁଦ୍ଧା ଫେରି ଆସିବାକୁ ପରାମର୍ଶ ।

୨୪ରୁ ଉତ୍ତର ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ଦେଖିବାକୁ ମିଳିବ । ସେହିପରି ୨୬ ତାରିଖ ପର୍ଯ୍ୟନ୍ତ ପ୍ରଭାବ ରହିବା ନେଇ ପାଣିପାଗ କେନ୍ଦ୍ରର ସୂଚନା ଦେଇଛି ।

ସମ୍ଭାବ୍ୟ ବାତ୍ୟା ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ । ଓଡ଼ିଶା ଉପକୂଳରେ ସମାନ୍ତରାଳ ଭାବରେ ଯିବ ବାଂଲାଦେଶ । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+