Weather Update: ଆସୁଛି ବଡ଼ ଲଘୁଚାପ, ଏହିସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ବର୍ଷା ସମ୍ଭାବନା
ଆସୁଛି ଆଉ ଏକ ଲଘୁଚାପ। ଆଜି ସୃଷ୍ଟି ହୋଇପାରେ ଲଘୁଚାପ। ବାୟୁ ମଣ୍ତଳରେ ଏକ ସାଇକ୍ଲୋନିକ୍ ସର୍କୁଲେସନ୍ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟରେ ଏକାଧିକ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ବର୍ତ୍ତମାନ ସୁଧା ବାତ୍ୟା ଆଶଙ୍କା ନଥିବା ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। କ୍ରମଶଃ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଏହାର ପ୍ରଭାବରେ ଆଜି ପଶ୍ଚିମବଙ୍ଗ ଏବଂ ଓଡିଶା ଉପକୂଳ ନିକଟରେ ଏକ ଲଘୁଚାପ ସୃଷ୍ଟି ହେବ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଶୁକ୍ରବାର ଉପକୂଳ ଓଡ଼ିଶା ସମେତ ମୟୂରଭଂଜ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ଆସନ୍ତା ୬ ଓ ୭ ତାରିଖରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଓଡି଼ଶାରେ ହାଲୁକା ବର୍ଷା ହୋଇପାରେ। ୮ ତାରିଖ ବେଳକୁ ରାଜ୍ୟରେ ପୁଣି ଥରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ୧୧ ଓ ୧୨ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସମଗ୍ର ଉପକୂଳରେ ପାଗ ଶୁଖିଲା ରହିବ। ଦଶହରା ବେଳକୁ ରାଜ୍ୟରେ ପାଗ ମେଘୁଆ ରହିପାରେ। ତେଣୁ ଖରା କମ୍ ରହିବ। ମାତ୍ର ଗୁଳୁଗୁଳି ଲାଗି ରହିବାର ସମ୍ଭାବନା ରହିଛି।












Click it and Unblock the Notifications