ଆସୁଛି ଲଘୁଚାପ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ହେବ ଘନୀଭୂତ
ବଙ୍ଗୋପସାଗରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି।
ଭୁବନେଶ୍ୱର: ବଙ୍ଗୋପସାଗରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବା ଆଶଙ୍କା କରାଯାଉଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହାର ପ୍ରଭାବରେ ବଙ୍ଗୋପସାଗର ଓ ଆଣ୍ଡାମାନସାଗର ଉପରେ ପାଗ ମେଘୁଆ ରହିବ। ଆକାଶ ବାଦଲରେ ଆଛାଦିତ ହେବ ବୋଲି ଅନୁମାନ କରାଯାଇଛି । ସେହିପରି ଆରବ ସାଗର ଉପରେ ଘୂର୍ଣ୍ଣି ବଳୟ ସୃଷ୍ଟି ସମ୍ଭାବନା ଦେଖାଦେଇଛି ।
ସେପଟେ ରାଜ୍ୟରେ ଅସହ୍ୟ ହେଲାଣି ତାତି। ଗତକାଲି ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୨.୨ ଡିଗ୍ରୀ ସହ ସବୁଠୁ ଉତପ୍ତ ସହର ପାଲଟିଛି ଟିଟିଲାଗଡ଼। ବାରିପଦାରେ ପାରଦ ୪୨ ଡିଗ୍ରୀ ଥିବା ବେଳେ ବଲାଙ୍ଗିର ୪୧.୫, ଝାରସୁଗୁଡ଼ା ୪୧.୨, ହୀରାକୁଦ ୪୧.୧ ଡିଗ୍ରୀ ଥିଲା। ରାଜଧାନୀ ଭୁବନେଶ୍ୱରରେ ପାରଦ ଥିଲା ୪୦.୫ ଡିଗ୍ରୀ ।












Click it and Unblock the Notifications