Odisha weather: ଗ୍ରୀଷ୍ମ ଆରମ୍ଭରୁ ଅସହ୍ୟ ତାତି; ଆହୁରି ବଢିବ ତାପମାତ୍ରା !

ଓଡ଼ିଶାରେ ତାପମାତ୍ରା ଦୈନିକ ବଢ଼ିବାରେ ଲାଗିଛି । ଝାରସୁଗୁଡା, ସୁନ୍ଦରଗଡ, ବରଗଡ, ସୁବର୍ଣ୍ଣପୁର, ମାଲକାନଗିରି, ବଲାଙ୍ଗିର, କଳାହାଣ୍ଡି ଏବଂ ଗଜପତି ଜିଲାରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଉଛି ।

ମଙ୍ଗଳବାର ରାଜ୍ୟର ସର୍ବାଧିକ ତାପମାତ୍ରା ଝାରସୁଗୁଡାରେ ୩୯ଡିଗ୍ରୀ ରେକର୍ଡ଼ କରାଯାଇଛି। ବୌଦ୍ଧରେ ପାରଦ ୩୮.୫ଡିଗ୍ରୀ ଥିବାବେଳେ ମାଲକାନଗିରି ୩୮.୪, ଅନୁଗୋଳ ୩୭.୯, ସମ୍ବଲପୁର ୩୭.୮, ହୀରାକୁଦ ୩୭.୧, ବଲାଙ୍ଗିର ୩୭.୫, ଟିଟିଲାଗଡ ୩୭, ପାରଳାଖେମୁଣ୍ଡି ୩୭.୮, ଭୁବନେଶ୍ବର ୩୬.୪ ଏବଂ କଟକରେ ୩୪.୬ଡିଗ୍ରୀ ରହିଛି।

ମଙ୍ଗଳବାର ପରି ଆଜି ବି ଉତ୍ତର ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏପରିକି କିଛି ଅଞ୍ଚଳରେ ପାରଦ ୪୦ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। କିଛି ଅଞ୍ଚଳରେ ଦିନ ତାପମାତ୍ରା ବଢ଼ିବ ।

odisha weather

ଆଜି ଝାରସୁଗୁଡା, ଅନୁଗୋଳ, ବଲାଙ୍ଗିର ଏବଂ ଟିଟିଲାଗଡରେ ପାରଦ ୩୯ ଡିଗ୍ରୀ କିମ୍ବା ତା'ଠାରୁ ଅଧିକ ରହିପାରେ। ସୁନ୍ଦରଗଡ, ରାଉରକେଲା, ବାରିପଦା, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଆଦି ଜିଲାଗୁଡିକରେ ଦିନ ତାପମାତ୍ରା ୩୮ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ହୋଇପାରେ। କିଛିଦିନ ହେଲା ଦିନ ତାପମାତ୍ରା ବୃଦ୍ଧି ପାଇବା ଦ୍ବାରା ପୂର୍ବାହ୍ଣ ସାଢେ ୧୧ଟାରୁ ଅପରାହ୍ଣ ସାଢେ ୩ଟା ପର୍ଯ୍ୟନ୍ତ ପଦାକୁ ବାହାରିବା କଷ୍ଟକର ହୋଇପଡ଼ିଛି। ତଥାପି ଟାଣଖରାରେ ଶ୍ରମିକମାନେ ଖଟୁଛନ୍ତି। ଅଂଶୁଘାତକୁ ଭୟ ନକରି ବାଲି, ସିମେଣ୍ଟ, ଇଟା ଆଦି ଛାତ ଉପରକୁ ବୋହିବା କାମ କରୁଛନ୍ତି। କିଛି ଶ୍ରମିକ ମାଟି ଖୋଳିବାଠାରୁ ଆରମ୍ଭ କରି ରାସ୍ତା ପାର୍ଶ୍ବରେ କାମ କରୁଛନ୍ତି। କିନ୍ତୁ ଏ ଦିଗରେ ପ୍ରଶାସନ ଧ୍ୟାନ ଦେଉନାହିଁ।

heatwaveodia newsodisha

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+