Odisha Weather: ୩୮.୫ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର
ଭୁବନେଶ୍ୱର: ରାଜ୍ୟରେ ପାରଦ ଉପର ମୁହାଁ ହୋଇଛି । ମାର୍ଚ୍ଚ ଆରମ୍ଭରୁ ଡରାଇଲାଣି ତାତି । ଶନିବାର ୩୮.୫ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏଥିସହ ରାଜ୍ୟର ପ୍ରାୟ ୧୧ ସହରରେ ତାପମାତ୍ରା ୩୭ ଡିଗ୍ରୀ କିମ୍ବା ତା'ଠାରୁ ଅଧିକ ରେକର୍ଡ କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଟିଟିଲାଗଡ଼ ତଳକୁ ଝାରସୁଗୁଡା ରହିଛି। ଏଠାରେ ୩୮.୨ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ବଲାଙ୍ଗୀରରେ ୩୮, ସୋନପୁର ୩୭.୭, ଅନୁଗୋଳ ୩୭.୭, ସମ୍ବଲପୁର ୩୭.୬, ସୁନ୍ଦରଗଡ ୩୭.୫, ଭବାନୀପାଟଣା ୩୭.୨, ହୀରାକୁଦ ୩୭.୧, ବୌଦ୍ଧ ୩୭ ଓ ବାରିପଦାରେ ୩୭ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା।

ଏହାସହ କଟକ ଓ ଭୁବନେଶ୍ୱରରେ ଦିନ ତାପମାତ୍ରା ୩୪. ୨ ରହିଥିଲା। ତେବେ ଏବର୍ଷ ଗ୍ରୀଷ୍ମ ପ୍ରବାହ ଅବଧି ଅଧିକ ରହିବ, ମେ' ଶେଷ ପର୍ଯ୍ୟନ୍ତ ଖରା ଓ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅତିଷ୍ଠ କରିବ। ଏହି ୩ମାସ ମଧ୍ୟରେ ୮ରୁ ୯ଦିନ ଲଗାତର ହିଟ୍ଓ୍ବେଭର ଆଶଙ୍କା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେହିପରି ଆସନ୍ତା ୩ଦିନ ମଧ୍ୟରେ ରାତି ତାପମାତ୍ରା ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ସେ କହିଛନ୍ତି।












Click it and Unblock the Notifications