Odisha Weather: ଦିନରେ ଗୁଳୁଗୁଳି, ରାତିରେ ବର୍ଷା; କାଁଭାଁ ବର୍ଷା ସମ୍ଭାବନା

Odisha Weather: ପାଗ ପ୍ରାୟତଃ ଶୁଖିଲା । ଖରା ଟାଣ ହେବା ସହ ଗରମ ବି ବଢ଼ିଛି । ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଛି ନୟାଗଡ଼ରେ । ଭୁବନେଶ୍ୱର ତାପମାତ୍ରା ବି ୩୬ ଡିଗ୍ରୀ ଛୁଇଁଛି, ଯାହାକି ସ୍ୱାଭାବିକଠାରୁ ୩.୨ ଡିଗ୍ରୀ ଅଧିକ । ରାଜ୍ୟର ୯ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିଲା । ପାଣିପାଗ ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଏବେ ବଡ଼ ବର୍ଷା ସମ୍ଭାବନା ନାହିଁ ।

ରବିବାର ଓ ସୋମବାର ଉତ୍ତର ଓଡ଼ିଶାର ଅଳ୍ପ କେତେକ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା, ଉତ୍ତର ଓଡ଼ିଶା ଏବଂ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ପବନ ଆଶଙ୍କା ରହିଛି ।

Odisha Weather Thunderstorms during the day

ମଙ୍ଗଳବାର ରାଜ୍ୟର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ । ବୁଧବାର (୬ ତାରିଖ)ଠାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏଭଳି ସୂଚନା ଦେଇଛି ।

ଶନିବାର ଚାନ୍ଦବାଲି, ପୁରୀ, ବାରିପଦା, ତାଳଚେର, ଛତ୍ରପୁର, ଜଗତସିଂହପୁର, ପାରଳାଖେମୁଣ୍ଡିରେ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତା'ଠାରୁ ଅଧିକ ରହିଥିଲା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+