Odisha Weather: ୩ଦିନ ପର୍ଯ୍ୟନ୍ତ କାଳବୈଶାଖୀ, କୁଆପଥର ବର୍ଷା ସହ ୫୦ରୁ ୬୦କି.ମି ବେଗରେ ପବନ ବହିବା ସମ୍ଭାବନା

ଆସନ୍ତା ୨୭ରୁ ତିନିଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ସମ୍ଭାବନା ଥିବାରୁ ପାଗରେ ପରିବର୍ତ୍ତନ ଆସିବା ସହିତ ଗରମ ଏବଂ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିପାରେ। ଶୁକ୍ରବାର କିଛି ଅଞ୍ଚଳରେ ଦିନ ତାପମାତ୍ରା କମିଥିବା ବେଳେ ଆଉ କିଛି ଅଞ୍ଚଳରେ ତାପମାତ୍ରା ବଢ଼ିଛି।

ଝାରସୁଗୁଡ଼ାରେ ପାରଦ ୪୪.୮ଡିଗ୍ରୀ ଥିବାବେଳେ ବଲାଙ୍ଗିର ଏବଂ ବୌଦ୍ଧରେ ୪୪.୫ଡିଗ୍ରୀ ରହିଛି। ଅନୁଗୋଳରେ ପାରଦ ୪୩.୭ ଡିଗ୍ରୀ ଥିବାବେଳେ ସମ୍ବଲପୁର ୪୩.୬, ସୁନ୍ଦରଗଡ଼ ୪୩.୫, ହୀରାକୁଦ ୪୩.୮, ତାଳଚେର ୪୦.୬, ଭବାନୀପାଟଣା ୪୨.୬, ଫୁଲବାଣୀ ୪୦.୫, ଟିଟିଲାଗଡ଼ ୪୩, ସୁବର୍ଣ୍ଣପୁର ୪୨.୬, ପାରଳାଖେମୁଣ୍ଡି ୪୦.୨, ବରଗଡ଼ ୪୧, ନୂଆପଡ଼ା ୪୨, ରାଉରକେଲା ୪୨.୪, ଭୁବନେଶ୍ବର ୩୬.୮ ଏବଂ କଟକରେ ୩୬.୬ ଡିଗ୍ରୀ ରହିଛି। ଝାରସୁଗୁଡ଼ାରେ ଗୁରୁବାର ୪୫.୨ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଶୁକ୍ରବାର ୪୪.୮ଡିଗ୍ରୀକୁ ଖସି ଆସିଛି।

Odisha Weather

ସମ୍ବଲପୁର, କନ୍ଧମାଳ, କୋରାପୁଟ ଏବଂ ମାଲକାନଗିରି ଜିଲାରେ ଦିନ ତାପମାତ୍ରା ବଢ଼ିଛି। ପାରାଦ୍ବୀପ, ବଲାଙ୍ଗିରରେ କାଳବୈଶାଖୀ ଅନୁଭୂତ ହୋଇଥିବାବେଳେ ଆଜି ଦକ୍ଷିଣ ଓଡ଼ିଶାର ମାଲକାନଗିରି, ଗଞ୍ଜାମ, କୋରାପୁଟ ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇପାରେ। କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି। ଦକ୍ଷିଣରେ ପାଗରେ ପରିବର୍ତ୍ତନର ସମ୍ଭାବନା ରହିଛି। ୨୭ତାରିଖରୁ ୩ଦିନ ପର୍ଯ୍ୟନ୍ତ କାଳବୈଶାଖୀ କାରଣରୁ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇପାରେ। କୁଆପଥର ବର୍ଷା ସହିତ ଘଣ୍ଟା ପ୍ରତି ୫୦ରୁ ୬୦କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି।

ଆସନ୍ତା ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ବୌଦ୍ଧ, ସମ୍ବଲପୁର ଏବଂ ବଲାଙ୍ଗିର ଜିଲାକୁ ଗ୍ରୀଷ୍ମ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ୫ଦିନ ମଧ୍ୟରେ ପାରଦ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। ଅନୁଗୋଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ଼ ଏବଂ ବୌଦ୍ଧ ଜିଲାରେ ପାରଦ ୪୨ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+