ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଉପର ମୁହାଁ ପାରଦ; ରାଜ୍ୟର ୧୦ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ
ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଉପର ମୁହାଁ ହୋଇଛି ପାରଦ। ଗତକାଲି ରାଜ୍ୟର ୧୦ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିଲା। ୩୮.୨ ଡିଗ୍ରୀ ସହ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ।

ସେହିପରି ବଲାଙ୍ଗିର ୩୮.୧, ଅନୁଗୁଳ ୩୭.୯, ଟିଟିଲାଗଡ଼, ୩୭.୬, ଭଦ୍ରକ ୩୭.୫ ଓ ଝାରସୁଗୁଡ଼ାରେ ୩୭.୫ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଗତକାଲି ୩୬.୧ ଡିଗ୍ରୀ ଥିଲା ସର୍ବୋଚ୍ଚ ତାପମାତ୍ରା । ଫେବ୍ରୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ଆରମ୍ଭ ମଧ୍ୟରେ ପ୍ରତିଦିନ ପାରଦ ଉପରମୁହାଁ ହେବାରେ ଲାଗିଛି।












Click it and Unblock the Notifications