Odisha Weather: ସାରା ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ
ସାରା ରାଜ୍ୟରେ ଦିନର ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ପଶ୍ଚିମ ଓଡ଼ିଶାରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିଥିବା ବେଳେ ଉପକୂଳରେ ୨ ଡିଗ୍ରି ହ୍ରାସ ପାଇଛି।
ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୮ ଡିଗ୍ରି ରହିଥିବା ବେଳେ ଝାରସୁଗୁଡ଼ାରେ ୩୬.୪, ମାଲକାନଗିରିରେ ୩୫.୪, ଯାଜପୁରରେ ୩୫.୨, ନୂଆପଡ଼ା, ସୁନ୍ଦରଗଡ଼, ଖୋର୍ଦ୍ଧା, କେନ୍ଦ୍ରାପଡ଼ାରେ ୩୫ ଡିଗ୍ରି ଲେଖାଏଁ ରହିଥିଲା। ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରି ଭିତରେ ଥିଲା।
ଅନୁରୂପ ଭାବେ ରାତିର ତାପମାତ୍ରା ମଧ୍ୟ କମିଛି। ଗତକାଲି ରାତିରେ ଅଧିକାଂଶ ସହରର ସର୍ବନିମ୍ନ ତପମାତ୍ରା ୧୫ ଡିଗ୍ରି ତଳକୁ ଖସିବା ସହ ସାମାନ୍ୟ ଥଣ୍ଡା ଅନୁଭୂତ ହୋଇଥିଲା।

ଶୁକ୍ରବାର ମଧ୍ୟ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ ପରବର୍ତ୍ତୀ ୪ ଦିନ ମଧ୍ୟରେ ଦିନ ଓ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।
ତାପମାତ୍ରା ସାମାନ୍ୟ କମିଲା
ପୂର୍ବାନୁମାନ ଅନୁଯାୟୀ ଆଜି ସାରା ରାଜ୍ୟରେ ଦିନର ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ପଶ୍ଚିମ ଓଡ଼ିଶାରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିଥିବା ବେଳେ ଉପକୂଳରେ ୨ ଡିଗ୍ରି ହ୍ରାସ ପାଇଛି।












Click it and Unblock the Notifications