Odisha Weather: ଖସିବ ତାପମାତ୍ରା; ବଢିବ ଶୀତ, କୁହୁଡି ପାଇଁ ୮ ଜିଲ୍ଲାକୁ ଆଲର୍ଟ
ପୁଣି ହ୍ରାସ ପାଇବ ତାପମାତ୍ରା । ଫଳରେ ରାଜ୍ୟରେ ବଢିବ ଶୀତ । ଆଭ୍ୟନ୍ତରୀଣ ଓଡ଼ିଶାରେ ରହିବ ଅଧିକ ପ୍ରକୋପ ଦେଖାଯିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ରାଜ୍ୟର କିଛି ଅଞ୍ଚଳରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେଉଥିବାବେଳେ ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବ ବୋଲି ମଧ୍ୟ ବିଭାଗ ସୂଚନା ଦେଇଛି ।
ଖସିବ ସର୍ବନିମ୍ନ ତାପମାତ୍ରା, ବଢିବ ଶୀତ
ଖସିବ ସର୍ବନିମ୍ନ ତାପମାତ୍ରା, ବଢିବ ଶୀତ। ତାପମାତ୍ରା ରେ ହ୍ରାସ ପାଇବା ସହ ଆଗାମୀ ୩ ଦିନରେ ୨ ରୁ ୪ ଡିଗ୍ରୀ ରାତ୍ରିର ତାପମାତ୍ରା କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାସହ ଅଧିକ ଶୀତର ଅନୁଭୂତି ହେବ ବୋଲି କହିଛି ପାଣିପାଗ ବିଭାଗ।

ତେବେ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ ବୋଲି ସୂଚନା ଦେଇଛି ବିଭାଗ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରଭାବ ରହିବା ସହ ଜଗତସିଂହପୁର, କଟକ ଝାରସୁଗୁଡା, କନ୍ଧମାଳ, କଳାହାଣ୍ଡି, ଖୋର୍ଦ୍ଧା, କଟକ ଓ ସୁନ୍ଦରଗଡରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।
ବିଭିନ୍ନ ସ୍ଥାନରେ ବର୍ଷା:
ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ୧୫.୨ ଡିଗ୍ରୀ ଝାରସୁଗୁଡା ଓ କିରେଇରେ ରେକର୍ଡ କରାଯାଇଛି । ପାହାଡିଆ ଅଞ୍ଚଳ କୋରାପୁଟରେ ୧୪.୦ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରରେ ୨୧.୩ ଓ କଟକରେ ୧୯.୫ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟର କାଁଭାଁ ସ୍ଥାନରେ ହାଲୁକା ବର୍ଷା ହୋଇଥିବାବେଳେ କଟକ ନରାଜରେ ୧୫.୬ ମିମି ବର୍ଷା ରେକର୍ଡ ହୋଇଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।
ବାୟୁ ଚଳାଚଳ ସହ ଆର୍ଦ୍ରତା ମାତ୍ରାକୁ ନେଇ ରାଜ୍ୟର କିଛି ଅଞ୍ଚଳରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେଉଥିବାବେଳେ ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ସହ ଶୁଖିଲା ପାଗ ରହିବାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ବିଶେଷ କରି ଉପକୂଳବର୍ତ୍ତୀ ଓଡ଼ିଶାର କାଁ ଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି












Click it and Unblock the Notifications