Odisha Weather: ରାଜ୍ୟରେ ପ୍ରଥମ ଥର ପାଇଁ ତାତି ଛୁଇଁଲା ୩୯ ଡିଗ୍ରୀ

ରାଜ୍ୟରେ ପ୍ରଥମ ଥର ପାଇଁ ତାତି ଛୁଇଁଲା ୩୯ ଡିଗ୍ରୀ । ଝାରସୁଗୁଡ଼ାର ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୩୯ ଡିଗ୍ରୀ । ବୌଦ୍ଧ ୩୮.୫, ମାଲକାନଗିରି ୩୮.୪, ଅନୁଗୁଳ ୩୭.୯ ଡିଗ୍ରୀ ।

ସମ୍ବଲପୁର ଓ ପାରଳାଖେମୁଣ୍ଡି ୩୭.୮, ବଲାଙ୍ଗିର ୩୭.୫ । ହୀରାକୁଦ ୩୭.୧, ଟିଟିଲାଗଡ଼ ତାପମାତ୍ରା ୩୭ ଡିଗ୍ରୀ। ଭୁବନେଶ୍ବର ୩୬.୪, କଟକ ତାପମାତ୍ରା ୩୪.୬ ଡିଗ୍ରୀ ।

ଗତ ୨୪ ଘଣ୍ଟାର ତାପମାତ୍ରାକୁ ଦେଖିବାକୁ ଗଲେ ପାରଳାଖେମୁଣ୍ଡି ଓ ଝାରସୁଗୁଡାରେ ସର୍ବାଧିକ ୩୮.୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ଼ କରାଯାଇଛି । ସେହିପରି ବୌଦ୍ଧରେ ମଧ୍ୟ ୩୮ ଡିଗ୍ରୀ ପାର କରିଛି ତାପମାତ୍ରା । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ପାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଟିଟିଲାଗଡ, ଫୁଲବାଣୀ, ଭବାନୀପାଟଣାରେ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି ।

Odisha Weather

ରାଜ୍ୟରେ ପାଣିପାଗ ସ୍ଥିତି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି," ଉପକୂଳ ଓଡ଼ିଶାରେ ସ୍ୱାଭାବିକ ତାପମାତ୍ରା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିଛି । ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗ କ୍ଷେତ୍ରରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ।"

ସେ ଆଉ ମଧ୍ୟ କହିଛନ୍ତି, "୫ରୁ ୭ ଦିନ ପର୍ଯ୍ୟନ୍ତ ପାଗ ମୁଖତଃ ଶୁଖିଲା ରହିବ । ବର୍ଷା ହେବାର ସମ୍ଭାବନା ନାହିଁ । କାଳବୈଶାଖୀର ବି ସମ୍ଭାବନା ନାହିଁ । ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆଗାମୀ ୨୪ ଘଣ୍ଟା ପରେ କିଛି ସ୍ଥାନରେ ୧ ରୁ ୨ ଡିଗ୍ରୀ ତାପମାତ୍ରା କମିପାରେ ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+