ବଢୁଛି ପାରଦ: ଦୁଇ ଦିନରେ ୪୦ ଡେଇଁବ ତାପମାତ୍ରା
Odisha Weather: ବଢୁଛି ପାରଦ । ୪୦ ଡେଇଁବ ତାପମାତ୍ରା । ରାଜ୍ୟର ୧୯ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରେର୍କଡ କରାଯାଇଛି । ରାଜ୍ୟରେ ଧୀରେ ଧୀରେ ତାପମାତ୍ରାରେ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳିଛି ।
ଆଗାମୀ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଆହୁରି ୨ରୁ ୪ଡିଗ୍ରୀ ଯାଏ ପାରଦ ବୃଦ୍ଧି ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଆଜି ମାଲକାନଗିରି, ସୋନପୁର, ଖୋର୍ଦ୍ଧା, ଟିଟିଲାଗଡ଼, ଭବାନୀପାଟଣା ସମେତ ବିଭିନ୍ନ ଅଞ୍ଚଳରେ ୩୯ ଡିଗ୍ରୀ ତାପମାତ୍ରା ଛୁଇଁବ । ଆସନ୍ତା କାଲିକୁ କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀକୁ ଟପିଟିବ ବୋଲି ପୂର୍ବାନୁମାନ କରାଯାଇଛି ।

ଦୁଇ ଦିନରେ ୪୦ ଡେଇଁବ ତାପମାତ୍ରା । ୧୫ ତାରିଖରେ ବର୍ଷା ସମ୍ଭାବନା ଥିବାରୁ ତାତିରେ ସାମନ୍ୟ ବେକ୍ର ଲାଗିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଉପକୂଳ ଏବଂ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ୧୫ରୁ ବର୍ଷା ହେବାର ସମ୍ଭାବନା ରହିଛି ।
ସୋମବାର ଭୁବନେଶ୍ବରର ତାପମାତ୍ରା ୩୫ ଡିଗ୍ରୀ ଥିଲା । ମଙ୍ଗଳବାର ୩୭ ଡିଗ୍ରୀ ରହିଛି । ଦିନକରେ ପାଖାପାଖି ୯ ଡିଗ୍ରୀ ବଢ଼ିଛି ପାରଳାଖେମୁଣ୍ଡିରେ ୩୫.୬ ଡିଗ୍ରୀ ଥିଲା । ମଙ୍ଗଳବାର ୩୮ ଡିଗ୍ରୀ ଟପିଯାଇଛି । ସୋମବାର ତୁଳନାରେ ବଲାଙ୍ଗୀରରେ ପ୍ରାୟ ଦେଢ଼ ଡିଗ୍ରୀ ତାପମାତ୍ରା ବଢ଼ିଛି । ମଙ୍ଗଳବାର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିଛି ।












Click it and Unblock the Notifications