Odisha Weather: ଉପକୂଳରେ ପାରଦ ତଳମୁହାଁ, ପଶ୍ଚିମ ଓଡ଼ିଶାର ଗ୍ରୀଷ୍ମପ୍ରବାହ ଜାରି
କାଳବୈଶାଖୀ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପାରଦ ତଳମୁହାଁ । ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ବଲାଙ୍ଗୀର ଓ ବୌଦ୍ଧରେ ପାରଦ ୪୦ ଡିଗ୍ରୀ ଛୁଇଁଥିବାବେଳେ ଅଧିକାଂଶ ଅଞ୍ଚଳ ଉତ୍ତପ୍ତ ରହିଛି ।
ବୁଧବାର ବଲାଙ୍ଗୀରରେ ସର୍ବାଧିକ ୪୧ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଛି । ବୌଦ୍ଧରେ ୪୦ ଡିଗ୍ରୀ, ଟିଟିଲାଗଡ଼ ୩୯.୫, ଝାରସୁଗୁଡ଼ା ୩୯, ଭୁବନେଶ୍ବର ୩୫ ଏବଂ କଟକରେ ୩୪.୫ ଡିଗ୍ରୀ ରେକର୍ଡ ହୋଇଛି। ଆସନ୍ତା ୫ ଦିନ ଯାଏଁ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ବୌଦ୍ଧ ଓ ବଲାଙ୍ଗୀରରେ କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା'ଠାରୁ ଅଧିକ ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ଆସନ୍ତା ୫ ତାରିଖ ଯାଏଁ କାଳବୈଶାଖୀ ନେଇ ସତର୍କତା ଜାରି ହୋଇଛି। ୨ରୁ ୩ ତାରିଖ ସକାଳ ଯାଏଁ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲାକୁ ଝଡ଼ ଓ କୁଆପଥର ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ରହିଛି। ଏହି ସମୟରେ ପବନର ବେଗ ୫୦-୬୦ କିମି ରହିବ। ମୟୂରଭଞ୍ଜ, ଦେବଗଡ଼, ଅନୁଗୋଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ, ନବରଙ୍ଗପୁର ଜିଲାକୁ ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ରହିଛି। ଏହି ସମୟରେ ପବନର ବେଗ ୩୦-୪୦ କିମି ରହିବ। ୩ରୁ ୪ ତାରିଖ ଯାଏଁ ମୟୂରଭଞ୍ଜ, କେନ୍ଦୁଝରଗଡ଼, ସୁନ୍ଦରଗଡ଼, ଝାରସୁଗୁୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ରହିଛି। ଏହି ସମୟରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ଏବଂ ୪୦-୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।












Click it and Unblock the Notifications