Odisha Weather: ତାତିରୁ ନାହିଁ ନିସ୍ତାର; ନାକେଦମ କରିବ ଗରମ, ୪୦ ଡିଗ୍ରୀ ଟପିଲା ୮ ସହରର ତାପମାତ୍ରା

ସାରା ରାଜ୍ୟରେ ପ୍ରଚଣ୍ଡ ଖରା । ୪୦ ଡିଗ୍ରୀ ଟପିଲା ୮ ସହରର ତାପମାତ୍ରା । ଝାରସୁଗୁଡାରେ ସର୍ବାଧିକ ୪୧ ଡିଗ୍ରୀ ରେକର୍ଡ ହୋଇଛି ।

ଆଜି ୧୦ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଜାରି । ଦିନ ୧୧ଟାରୁ ୩ଟା ବାହାରକୁ ନଯିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି ।

ସେପଟେ ବଢୁଛି ଖରା,ଅସମ୍ଭାଳ ହେଉଛି ତାତି । ବାରିପଦା ସହରରେ ଏବେ ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି । ଯାହାଫଳରେ ଏବେ ଧୀରେ ଧୀରେ ଜନ ଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ମାର୍ଚ୍ଚ ମାସ ଦ୍ଵିତୀୟ ସପ୍ତାହରୁ ୩୮ ରୁ ୩୯ ଡିଗ୍ରୀ ଛୁଇଁଲାଣି ତାପମାତ୍ରା । ଯାହାକୁ ନେଇ ଏବେ ଚିନ୍ତା ଓ ଭୟରେ ସହର ବାସୀ ।

Odisha Weather

ବିଗତ ବର୍ଷ ମାନଙ୍କରେ ଆମେ ଜାଣିଛେ ୨୦୨୩ ଏବଂ ୨୪ ରେ ବାରିପଦା ସହର କେତେବେଳେ ବିଶ୍ୱର ଉତ୍ତପ୍ତ ସହର ପାଲଟିଛି ତ' ପୁଣି କେତେବେଳେ ଦେଶର ସବୁଠାରୁ ଉତ୍ତପ୍ତ ସହର ଭାବେ ନୂଆ ନୂଆ ରେକର୍ଡ ସୃଷ୍ଟି କରିଛି । ଗତବର୍ଷ ଏପ୍ରିଲ ମାସର ଦ୍ଵିତୀୟ ସପ୍ତାହରେ ବାରିପଦା ସହରର ତାପମାତ୍ରା ସର୍ବାଧିକ ୪୬ ଡିଗ୍ରୀ ଛୁଇଁଥିବା ବେଳେ ଏହା ବିଶ୍ଵର ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଥିଲା ।

ତେଣୁ ଚଳିତ ବର୍ଷ ଏବେ ଠାରୁ ଅନୁଭବ ହେଉଥିବା ଖରା ଓ ବଢିଚାଲିଥିବା ତାପମାତ୍ରା ଏବଂ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କୁ ଲକ୍ଷ୍ୟ କଲେ ଲାଗୁଛି' ଚଳିତ ବର୍ଷର ତାପମାତ୍ରା ବିଗତ ବର୍ଷ ମନଙ୍କର ସବୁ ରେକର୍ଡ କୁ ପାର କରିବ । ଚଳିତମାସ ୧୧,୧୨ ଓ ୧୩ ତାରିଖ ର କଥା ଯଦି କହିବା ତେବେ ଏହି ୩ ଦିନ ମଧ୍ୟରେ ତାପମାତ୍ରା ବଢି ବଢି ୩୯ ଡିଗ୍ରୀ ପାଖ ଛୁଇଁଲାଣି । ତେଣୁ ବର୍ତ୍ତମାନ ର ଝାଞ୍ଜି ପବନ ଓ ତାପମାତ୍ରା କୁ ଅନୁଭବ କରି ଆଗକୁ ସ୍ଥିତି ଅତି ଜଟିଳ ହେବାନେଇ ବାରିପଦା ବାସୀଙ୍କ ମନରେ ଏବେରୁ ଭୟ ସୃଷ୍ଟି ହେବାର ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+