ଆଗକୁ ବଢିବ ତାତି: ପଶ୍ଚିମ ଓଡ଼ିଶାରେ ଆଜି ୪୦% ଛୁଇଁବ ପାରଦ, ୬ ଜିଲ୍ଲାକୁ ତାତି ସତର୍କତା
Odisha Weather: ଆଗକୁ ବଢିବ ତାତି । ରାଜ୍ୟରେ ଆଜିଠୁ ବଢି ତାପମାତ୍ରା, ଆଗାମୀ ୫ ଦିନ ମଧ୍ୟରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଯେଉଁଥି ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।
ବିଶେଷ କରି ୪ ରୁ ୫ ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶା ତାତି ବଢିବାର ସମ୍ଭାବନା ରହିଛି । ଆଗାମୀ ୫ ଦିନ ମଧ୍ୟରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆସନ୍ତାକାଲି ରାଜ୍ୟର କିଛି କିଛି ସ୍ଥାନରେ ତାପମାତ୍ରା ୪୧ଡିଗ୍ରୀ ଛୁଇଁ ପାରେ ଆସନ୍ତା ୧୨ ତାରିଖ ବେଳକୁ ଓଡ଼ିଶାର ଅଧା ସ୍ଥାନରେ ପାରଦ ୪୧ ଡିଗ୍ରୀ ପାର କରିପାରେ । ଯେଉଁଥି ପାଇଁ ଏସଆରସି ଅଫିସ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲ୍ଲାର ଜିଲ୍ଲାପାଳକୁ ସତର୍କତା ଜାରି କରାଯାଇଛି ।

ସୁନ୍ଦରଗଡ଼, ଝାରସୁଗୁଡ଼, ବୌଦ୍ଧ, ସମ୍ବଲପୁକ, ବଲାଙ୍ଗିର ଜିଲ୍ଲାରେ ପ୍ରଚଣ୍ତ ରୌଦ୍ର ନେଇ ସତର୍କ ରହିବା ପାଇଁ SRC ଅଫିସ ପକ୍ଷରୁ ସତର୍କ କରାଯାଇଛି ସେହିପରି ସକାଳ ୧୧ ଟାରୁ ଅପରାହ୍ନ ୩.୩୦ ଯାଏଁ ଘରୁ ନ ବାହାରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି ।












Click it and Unblock the Notifications