Odisha Weather: ସତର୍କ ରୁହନ୍ତୁ ଏହି ସବୁ ଜିଲ୍ଲାବାସୀ, ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି

ଭୁବନେଶ୍ବର : ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଛି। ପାଗ ଠିକ୍‌ ରହିବା ସହ ଖରା ହେଉଥିବା ବେଳେ ଅଚାନକ କଳାହାଣ୍ଡିଆ ମେଘ ଘୋଟିଆସୁଛି। ଆଉ ଏହାପରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା-ପବନ ହେଉଛି। ରାଜ୍ୟରେ ଏପରି ସ୍ଥିତି ଆହୁରି ୪ ଦିନ ଲାଗି ରହିବ।

ରାଜ୍ୟରେ ଏବେ ତାଣ୍ତବ ରଚୁଛି କାଳବୈଶାଖି। ଗତକାଲି ଟ୍ବିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ବିଜୁଳି ଘଡ଼ଘଡ଼ି ମଧ୍ୟ ଲୋକଙ୍କୁ ଭୟଭିତ କରିଥିଲା। କେବେଳ ସେତିକି ନୁହେଁ, ବଡ଼ବଡ଼ ଗଛ ମଧ୍ୟ ଉପୁଡି ଯାଇଥିଲା। ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ପବନର ସମ୍ଭାବନା ରହିଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ।

ସେହିପରି ଏହି ସମୟ ମଧ୍ୟରେ ରାଜ୍ୟର ଆଉ କିଛି ଅଞ୍ଚଳ ବିଜୁଳି ସହିତ ମଧ୍ୟମ ଧରଣର ଝଡ଼ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ବାଲେଶ୍ଵର, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କେନ୍ଦୁଝର ଏବଂ କୋରାପୁଟ ଜିଲ୍ଲାର କିଛି ଅଂଶ ପ୍ରଭାବିତ ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ସହ ଏହି ସବୁ ଅଞ୍ଚଳରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଯାହାକୁ ନେଇ ଏହି ସବୁ ଜିଲା ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

Odisha Weather Residents of these districts should be alert heavy rain alert issued in the next two hours

ଏଥି ସହିତ ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୁଳ, ନୂଆପଡା, ଯାଜପୁର, କେନ୍ଦ୍ରପଡା, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର କିଛି ଅଂଶକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ଯମ ଧରଣ ବର୍ଷା ହେବା ସହିତ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଯାହାକୁ ନେଇ ଏହି ଜିଲ୍ଲା ଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+