ଆସୁଛି କାଳବୈଶାଖୀ, ୧୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
ଆସୁଛି କାଳବୈଶାଖୀ । ତାତିରୁ ମିଳିବ ତ୍ରାହି । ରାଜ୍ୟରେ ପୁଣି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି ।
ଭୁବନେଶ୍ୱର: ଆସୁଛି କାଳବୈଶାଖୀ । ତାତିରୁ ମିଳିବ ତ୍ରାହି । ରାଜ୍ୟରେ ପୁଣି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ଏଥିଲାଗି ୧୫ଟି ଜିଲ୍ଲାକୁ ୟେଲୋ ଓ୍ୱର୍ଣ୍ଣିଂ ଜାରି କରାଯାଇଛି ।

ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ କନ୍ଧମାଳ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ୨୧ ତାରିଖ ଦିନ ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, କୋରାପୁଟ, ରାୟଗଡ଼ା ଓ ଗଜପତି ଆଦି ଜିଲ୍ଲାରେ ଝଡ଼ବର୍ଷା ନେଇ ୟେଲୋୱାର୍ଣ୍ଣିଂ ଜାରି ହୋଇଛି।
ବଙ୍ଗୋପସାଗରରେ ଏକ ଗୁରୁଚାପ ରହିଥିବାରୁ ଜଳୀୟ ବାଷ୍ପ ଭୂପୃଷ୍ଠକୁ ଆସିବା ସହ କାଳବୈଶାଖୀ କରାଉଛି ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି । ଅନ୍ୟପଟେ ଜୁନ ପ୍ରଥମ ସପ୍ତାହରୁ ରାଜ୍ୟର ଅନେକ ସ୍ଥାନରେ ପ୍ରାକ୍ ମୋସୁମୀ ବର୍ଷା ଆରମ୍ଭ ହେବ ଆକାଳନ କରାଯାଇଛି ।
ଗୁରୁବାର ଦିନ ରାଜଧାନୀ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୪.୬ ଡିଗ୍ରି ଓ କଟକର ସର୍ବୋଚ୍ଚ ତାପମାତ୍ରା ୩୪ଡିଗ୍ରି ରହିଥିଲା। ଗୁରୁବାର ଦିନ ରାଜ୍ୟର ଅଧିକାଂଶ ସହରରେ ପାଗ ମେଘୁଆ ରହିଥିବା ବେଳେ ଅପରାହ୍ଣ ଆଡ଼କୁ ଅନେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିଥିଲା। ଗୁରୁବାର ଦିନ ମାତ୍ର ୩ଟି ସହରର ତାତି ୪୦ ଅତିକ୍ରମ କରିଛି। ରାଜ୍ୟର ଉତ୍ତପ୍ତ ସହର ଭାବେ ବୌଦ୍ଧରେ ୪୨ ଡିଗ୍ରି ତାତି ଅନୁଭୂତ ହୋଇଥିବା ବେଳେ ମାଲକାନଗିରିରେ ୪୧ ଡିଗ୍ରି ଓ ସୁନ୍ଦରଗଡ଼ରେ ୪୦ଡିଗ୍ରି ରେକର୍ଡ ହୋଇଛି।












Click it and Unblock the Notifications