କାଳବୈଶାଖି ବର୍ଷା: ପାଞ୍ଚ ଜିଲ୍ଲାରେ ପ୍ରବଳ ଛେଚିବ, ସତର୍କ କରାଇଲା ପାଣିପାଗ ବିଭାଗ
ମଙ୍ଗଳବାର (ଆଜି) ରାଜ୍ୟର 24ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି । ଏଥି ମଧ୍ୟରୁ 5 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ୱର: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଅଛି । ମଙ୍ଗଳବାର (ଆଜି) ରାଜ୍ୟର 24ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି । ଏଥି ମଧ୍ୟରୁ 5 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ସବୁ ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ ଗଜପତି । ସେହିପରି କାଳବୈଶାଖି ବର୍ଷା ନେଇ ରାଜ୍ୟର 24 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ସବୁ ଜିଲ୍ଲାଗୁଡିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି। ବର୍ଷା ସମୟରେ ପବନର ବେଗରେ ଘଣ୍ଟାପ୍ରତି ୪୦ କିମି ରହିପାରେ ବୋଲି ପାଣିପାଗ କେନ୍ଦ୍ର କହିଛି ।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ କାଳବୈଶାଖୀ ଜାରି ରହିଥିବାରୁ ଗ୍ରୀଷ୍ମ କୋପ ଅପେକ୍ଷାକୃତ କମ୍ ରହିଛି । କୌଣସି ସ୍ଥାନରେଗ୍ରୀଷ୍ମ ଲହରୀ ନାହିଁ । ରବିବାର ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବର୍ଷା, ପବନ ହୋଇଥିବାରୁ ସୋମବାର ତାପମାତ୍ରା ସାମାନ୍ୟ କମିଥିଲା ।












Click it and Unblock the Notifications