ତାତିରୁ ମିଳିଲା ତ୍ରାହି, କାଳବୈଶାଖୀ ପ୍ରଭାବରେ କଟକ, ଭୁବନେଶ୍ୱର ଓ ଢେଙ୍କାନାଳରେ ଘଡଘଡି ବର୍ଷା

ଭୁବନେଶ୍ୱର: ତାତିରୁ ମିଳିଲା ତ୍ରାହି । ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ କଟକ, ଭୁବନେଶ୍ୱର ଓ ଢେଙ୍କାନାଳରେ ଘଡଘଡି ବର୍ଷା ଦେଖିବାକୁ ମିଳିଛି । ବର୍ଷା ହେବା ସହ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିଛି ।

ତେବେ ଟ୍ୱିନ ସିଟିରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ ଘଡି ସହ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଥିଲା ଆଞ୍ଚଳିକ ପାଣିପାଗ ବିଭାଗ । ବିଶେଷକରି ଢେଙ୍କାନାଳ, କଟକ, ଖୋର୍ଦ୍ଧା ଏବଂ ଭୁବନେଶ୍ୱରକୁ କାଳବୈଶାଖୀ ସମ୍ଭାବନା ଥିବା ସତର୍କ ସୂଚନା ଦେଇଥିଲା ବିଭାଗ ।

Odisha Weather Report

ସେହିପରି ଆଜି ବାଙ୍କୀ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ବର୍ଷା ଲାଗି ରହିଥିବା ବେଳେ ଅନେକ ଅଞ୍ଚଳରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ବାଙ୍କୀ କଟକ ରାସ୍ତାର କୁଶପଙ୍ଗି ନିକଟରେ ଅନେକ ଗଛ ରାସ୍ତା ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ଫଳରେ ବାଙ୍କୀ କଟକ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଅନ୍ୟପଟେ ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ତାତିରୁ ସାମୟିକ ଆଶ୍ୱସ୍ତି ମିଳିପାରେ ବୋଲି କୁହାଯାଉଛି।

ସେପଟେ ଆଜି ଦିନ ସାଢେ ୧୧ଟା ଯାଏଁ ଭୁବନେଶ୍ୱର ଅନୁଭୁତ ହେଉଥିଲା ୩୯.୨ ଡିଗ୍ରୀ ତାପମାତ୍ରା । ସେହିପରି ଆଜି ଦିନ ୧୧ ଟା ୩୦ ସୁଦ୍ଧା ସମ୍ବଲପୁରର ତାପାମାତ୍ରା ବି ୩୯.୨ ଡ଼ିଗ୍ରୀ ଥିଲା । ଅନ୍ୟପକ୍ଷେ ଝାରସୁଗୁଡାର ତାପମାତ୍ରା ୩୮.୪ଡ଼ିଗ୍ରୀ, ହୀରାକୁଦର ୩୭.୪ଡ଼ିଗ୍ରୀ, ଚାନ୍ଦବାଲିର ୩୫.୬ ଡ଼ିଗ୍ରୀ, କେନ୍ଦୁଝରର ୩୫.୦ ଡ଼ିଗ୍ରୀ, ବାଲେଶ୍ୱରର ୩୫.୦ ଡ଼ିଗ୍ରୀ, ପୁରୀର ୩୩.୦ ଡ଼ିଗ୍ରୀ, ପାରାଦ୍ୱୀପର ୩୩.୪ ଡ଼ିଗ୍ରୀ ଏବଂ ଗୋପାଳପୁରର ତାପମାତ୍ରା ୩୩.୪ ଡ଼ିଗ୍ରୀ ସେଲସିୟସ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+