Get Updates
Get notified of breaking news, exclusive insights, and must-see stories!

ଟ୍ବିନସିଟିରେ କାଳବୈଶାଖୀ ତାଣ୍ଡବ, ଭାଙ୍ଗିଲା ଗଛ

ଭୁବନେଶ୍ୱର: ଟ୍ବିନସିଟିରେ କାଳବୈଶାଖୀ ତାଣ୍ଡବ ରଚିଛି । ଅପରାହ୍ଣରେ ରାଜଧାନୀ ଭୁବନେଶ୍ୱର ସହ ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁର ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଛି । ଦିନ ବେଳା ଅସହ୍ୟ ଗରମ ଓ ଗୁଳୁଗୁଳିରେ ପରେ ଅପରାହ୍ଣରେ ଏହି କାଳବୈଶାଖୀ ବର୍ଷା ଟିକେ ଆଶ୍ୱସ୍ତି ଆଣି ଦେଇଛି ।

ତେବେ ଉତ୍ତର ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ପ୍ରବଳ ଝଡ଼ବର୍ଷା ହୋଇଛି । ପଟିଆ, ପ୍ରଶାନ୍ତି ବିହାର, ଶିଖରଚଣ୍ଡି, ରଘୁନାଥପୁରରେ ଝଡ଼ବର୍ଷା। ପ୍ରଥମେ ପବନ ଧୂଳି ଝଡ଼ ଓ ପରେ ପରେ ଭୀଷଣ ବର୍ଷା। ଧୂଳି ଝଡ଼ ପରେ ପରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଅନେକ ସ୍ଥାନରେ ଗଛ ଡାଳି ଭାଙ୍ଗି ଯାଇଥିବା ସୂଚନା ମିଳିଛି ।

Odisha Weather Report

କହିରଖୁ କି ଆଜି ଘଡ଼ଘଡ଼ି ସହ ବର୍ଷା ନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲାଗୁଡିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଓ କନ୍ଧମାଳ ।

ସେହିଭଳି ଆସନ୍ତାକାଲି ୯ ତାରିଖ ପାଇଁ କାଳବୈଶାଖୀ ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଆଲର୍ଟ କରାଯାଇଥିବା ବେଳେ ୧୦ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ମୟୂରଭଞ୍ଜ ଓ ବାଲେଶ୍ଲକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+