ବଢିଲା ତାତି: ୪୦ ଡିଗ୍ରୀ ଟପିଲା ୩ ସହରର ତାପମାତ୍ରା, ଆଗକୁ ଜଳିବ !

ବଢିଲା ତାତି । ୪୦ ଡିଗ୍ରୀ ଡେଇଁଲା ପାରଦ । ଆଗକୁ ଜଳିବ । ଆଗାମୀ ତିନିଦିନ ଯାଏଁ ରାଜ୍ୟ ମଧ୍ୟକୁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରିବ।

ଭୁବନେଶ୍ୱର: ବଢିଲା ତାତି । ୪୦ ଡିଗ୍ରୀ ଡେଇଁଲା ପାରଦ । ଆଗକୁ ଜଳିବ । ଆଗାମୀ ତିନିଦିନ ଯାଏଁ ରାଜ୍ୟ ମଧ୍ୟକୁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରିବ। ଏହାର ପ୍ରଭାବରେ ତିନି ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଜାରି ରହିବ। ଆଜି ରାଜ୍ୟର ୩ଟି ସହର ଦିନର ତାପମାତ୍ରା ୪୦ ଡିଗ୍ରୀ ଓ ତା'ଠାରୁ ଅଧିକ ରହିଛି। ୪୦.୫ ଡ଼ିଗ୍ରୀ ସହ ବଲାଙ୍ଗିର ରାଜ୍ୟର ଉତ୍ତପ୍ତ ସହର। ଟିଟଲାଗଡରେ ୪୦.୨ ଡିଗ୍ରୀ ଓ ଅନୁଗୋଳରେ ତାପମାତ୍ରା ୪୦.୦ ଡିଗ୍ରୀ ରେକର୍ଡ଼ କରାଯାଇଛି।

odisha weather report

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍‌ ଅନୁସାରେ ବାଲେଶ୍ୱରରେ ତାପମାତ୍ରା ୩୫.୦ ଡିଗ୍ରୀ, ଚାନ୍ଦବାଲିରେ ୩୭.୫ ଡିଗ୍ରୀ, କଟକରେ ୩୮.୦ ଡିଗ୍ରୀ, ପାରାଦୀପରେ ୩୨.୬ ଡିଗ୍ରୀ, ଭୁବନେଶ୍ୱରରେ ୩୭.୬ ଡିଗ୍ରୀ, ଗୋପାଳପୁରରେ ୩୨.୧ ଡିଗ୍ରୀ, ପୁରୀରେ ୩୩.୦ ଡିଗ୍ରୀ ଓ ବାରିପଦାରେ ୩୯.୪ ଡିଗ୍ରୀ ରେକର୍ଡ଼ କରାଯାଇଛି।

ସେହିପରି ଝାରୁସୁଗୁଡ଼ାରେ ୩୯.୬ ଡିଗ୍ରୀ, କେନ୍ଦୁଝରଗଡ଼ରେ ୩୬.୬ ଡିଗ୍ରୀ, ସମ୍ୱଲପୁରରେ ୩୯.୦ ଡିଗ୍ରୀ, ସୁନ୍ଦରଗଡ଼ରେ ୩୮.୦ ଡିଗ୍ରୀ, ହୀରାକୁଦରେ ୩୮.୧ ଡିଗ୍ରୀ, ତାଳଚେରରେ ୩୮.୦ ଡିଗ୍ରୀ, ଭବାନୀପାଟଣାରେ ୩୮.୫ ଡିଗ୍ରୀ, କୋରାପୁଟରେ ୩୬.୦ ଡିଗ୍ରୀ, ଫୁଲବାଣୀରେ ୩୭.୮ ଡିଗ୍ରୀ, ମାଲକାନଗିରିରେ ୩୬.୫ ଡିଗ୍ରୀ, ସୋନପୁରରେ ୩୯.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୪.୫ ଡିଗ୍ରୀ, ବୌଦ୍ଧରେ ୩୯.୦ ଡିଗ୍ରୀ, ଛତ୍ରପୁରରେ ୩୪.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୫.୦ ଡିଗ୍ରୀ, ଭଦ୍ରକରେ ୩୮.୨ ଡିଗ୍ରୀ ଓ ଯାଜପୁରରେ ୩୮.୨ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+