ଆଜିଠୁ ବଦଳିବ ପାଣିାପାଗ: କାଁ ଭାଁ ବର୍ଷା, ବଢିବ ତାପମାତ୍ରା
ଆଜିଠୁ ବର୍ଷା କମିବା ସହ ପାଗ ଶୁଖିଲା ରହିବ ଏବଂ ଖରା ବଢିବ ବୋଲି କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । କାଁ ଭାଁ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ, ପାଗ ମେଘୁଆ ରହିପାରେ ।

ଭୁବନେଶ୍ୱର: ଆଜିଠୁ ବର୍ଷା କମିବା ସହ ପାଗ ଶୁଖିଲା ରହିବ ଏବଂ ଖରା ବଢିବ ବୋଲି କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । କାଁ ଭାଁ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ, ପାଗ ମେଘୁଆ ରହିପାରେ ।
ପାଣିପାଗ କେନ୍ଦ୍ର କହିବା ଅନୁଯାଇ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏ ବଢିପାରେ । ତେବେ ରାଜଧାନୀ ଭୁବନେଶ୍ୱରରେ ଆକାଶ ଆଂଶିକ ମେଘୁଆ ରହିବା ସହ ଅପରାହ୍ନରେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି । ଆଜି ରାଜଧାନୀରେ ଦିନର ସର୍ବାଧିକ ତାପମାତ୍ରା ୩୨ ଡିଗ୍ରୀ ଏବଂ ରାତିରେ ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରୀରେ ପହଞ୍ଚିପାରେ ।
ସୂଚନା ଅନୁସାରେ, ଆଜି ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଆଦି ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହାବ୍ୟତୀତ କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଏବଂ କୋରାପୁଟର କେତେକ ଅଞ୍ଚଳ ମଧ୍ୟ ବର୍ଷାରେ ଭିଜିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସୋମବାର ରାଜ୍ୟରେ ହୋଇଥିବା ବର୍ଷାକୁ କୁଆପଥର ମାଡ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଭୋର ସମୟରୁ ମୟୁରଭଞ୍ଜ, ଇତ୍ୟାଦି ଜିଲ୍ଲାରେ ବର୍ଷା ସହ ଘଡଗଡି ବିଜୁଳି ମଧ୍ୟ ଦେଖା ଦେଇଥିଲା । ଗତକାଲି ରାଜ୍ୟର ସର୍ବାଧିକ ବର୍ଷା କପ୍ତିପଦାଠାରେ ୫୮ ମିମି, ବୌଦ୍ଧ ୪୦.୪ ମିମି, ତରଭାରେ ୩୯ ମିମି, ଲାଇକେରାରେ ୩୧.୧ ମିମି ଓ ଯଶିପୁରରେ ୨୮.୪ ମିମି ଲେଖାଏ ହୋଇଯାଇଛି ।
ଗତ ୬ ଦିନ ହେଲା ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ଲାଗି ରହିଥିଲା । ରାଜଧାନୀରେ ବି କୁଆପଥର ପଡ଼ିଥିବା ଦେଖିବାକୁ ମିଳିଥିଲା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହେବା ସହ ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ସିଆରପି ଛକ ଏବଂ ଘାଟିକିଆରେ କୁଆପଥର ବର୍ଷା ହୋଇଥିଲା ।












Click it and Unblock the Notifications