ଆଉ ୪ ଦିନ ରାଜ୍ୟରେ ବର୍ଷା, ୨୩ରେ ଆସୁଛି ଆଉ ଏକ ପଶ୍ଚିମା ଝଡ

ରାଜ୍ୟରେ ଆଉ ୪ ଦିନ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତା ୨୩ ତାରିଖରେ ଆସୁଛି ଆଉ ଏକ ପଶ୍ଚିମା ଝଡ ।

Odisha Weather Report

ଭୁବନେଶ୍ବର: ରାଜ୍ୟରେ ଆଉ ୪ ଦିନ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତା ୨୩ ତାରିଖରେ ଆସୁଛି ଆଉ ଏକ ପଶ୍ଚିମା ଝଡ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖିର ସମ୍ଭାବନା ରହିଛି। ପ୍ରଚଣ୍ଡ ଘଡଘଡି ବିଜୁଳି ସହ କୁଆପଥର ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଉକ୍ତ ଜିଲ୍ଲା ଗୁଡିକ ହେଲା ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡା, କଟକ, ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ସମ୍ବଲପୁର ଏବଂ ଦେବଗଡ । ବର୍ଷା ସମୟରେ ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

ସେପଟେ ଆସନ୍ତା ୨୩ ତାରିଖରେ ଆସୁଛି ଆଉ ଏକ ପଶ୍ଚିମା ଝଡ । ଏହାର ପ୍ରଭାବରେ ୨୫ ଯାଏଁ ସାରା ରାଜ୍ୟରେ ବର୍ଷା ଜାରି ରହିବ । ମଧ୍ୟାହ୍ନରେ ତାପମାତ୍ରା ବଢିଲେ ବି ଅପରାହ୍ନରେ ହେବ ବର୍ଷା । କାଲିଠାରୁ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ବୃଦ୍ଧି ପାଇବ । ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ସର୍ବାଧିକ ୩୩.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଉଲ୍ଲେଖଥାଉ କି, ସୋମବାର ରାଜ୍ୟରେ ହୋଇଥିବା ବର୍ଷାକୁ କୁଆପଥର ମାଡ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଭୋର ସମୟରୁ ମୟୁରଭଞ୍ଜ, ଇତ୍ୟାଦି ଜିଲ୍ଲାରେ ବର୍ଷା ସହ ଘଡଗଡି ବିଜୁଳି ମଧ୍ୟ ଦେଖା ଦେଇଥିଲା । ଗତକାଲି ରାଜ୍ୟର ସର୍ବାଧିକ ବର୍ଷା କପ୍ତିପଦାଠାରେ ୫୮ ମିମି, ବୌଦ୍ଧ ୪୦.୪ ମିମି, ତରଭାରେ ୩୯ ମିମି, ଲାଇକେରାରେ ୩୧.୧ ମିମି ଓ ଯଶିପୁରରେ ୨୮.୪ ମିମି ଲେଖାଏଁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+