ଆଜିଠୁ ରାଜ୍ୟରେ ଘଡଘଡି ସହ ବର୍ଷା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବର୍ଷା ହେବା ସହ ୪୦ରୁ ୫୦ କିମି ବେଗରେ ପବନ ବି ବହିବ । ଏଭଳି ପାଗ ୧୮ ତାରିଖ ଯାଏଁ ଲାଗି ରହିବ । ଉତ୍ତର ଉପକୂଳରେ ବି ଘଡଘଡି ବିଜୁଳି ସହିତ ବର୍ଷା ହେବ ।

Odisha Weather Report

ଭୁବନେଶ୍ୱର: ଆଜିଠୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମାଝଡ଼ ପ୍ରଭାବରେ କାଲିଠୁ ପାଗ ମେଘୁଆ ରହିଥିବା ବେଳେ ଆଜିଠୁ ଘଡଘଡି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥି ନିମନ୍ତେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ତେବେ ବର୍ଷା ହେବା ସହ ୪୦ରୁ ୫୦ କିମି ବେଗରେ ପବନ ବି ବହିବ । ଏଭଳି ପାଗ ୧୮ ତାରିଖ ଯାଏଁ ଲାଗି ରହିବ । ଉତ୍ତର ଉପକୂଳରେ ବି ଘଡଘଡି ବିଜୁଳି ସହିତ ବର୍ଷା ହେବ । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗୁରୁବାର ଅର୍ଥାତ ଆଜି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦିରେ ବିଜୁଳି ଘଡ଼ଘଡ଼ ସହିତ ବର୍ଷା ହେବ । ୧୭ତାରିଖରୁ ବର୍ଷାର ବିସ୍ତୃତି ବଢ଼ିବ । ସେହିପରି ଶୁକ୍ରବାର ଓ ଶନିବାର ବିଭିନ୍ନ ଜିଲ୍ଲାରେ ସମାନ ସ୍ଥିତି ଜାରି ରହିବା ସହିତ ରବିବାରଠାରୁ ପାଗରେ ପରିବର୍ତ୍ତନ ଆସିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ତେବେ ମଙ୍ଗଳବାର ଠାରୁ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଆରମ୍ଭ ହୋଇଥିବା ବେଳେ ନୟାଗଡ଼, କଳାହାଣ୍ଡି ସମେତ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ସେହିପରି ବୁଧବାର ସାରା ରାଜ୍ୟରେ ଦିନ ତମାମ କୋହଲା ପାଗ ସହ ଶୀତୁଆ ପବନ ବହିଥିଲା । ସ୍ଥାନେ ସ୍ଥାନେ ଝିପିଝିପି ବର୍ଷା ମଧ୍ୟ ହୋଇଥିଲା । ବୁଧବାର ରାଜ୍ୟର ଦାରିଙ୍ଗବାଡ଼ି, ଭବାନୀପାଟଣା ଓ ବାଲେଶ୍ୱର ଆଦିରେ ହାଲୁକା ବର୍ଷା ହୋଇଛି ।

ତେବେ କୋହଲା ପାଗ ଯୋଗୁଁ ଉପରମୁହାଁ ଥିବା ତାପମାତ୍ରାରେ ହ୍ରାସ ଘଟିଛି । ଭୁବନେଶ୍ୱରରେ ତାପମାତ୍ରା ୭ ଡିଗ୍ରୀ ହ୍ରାସ ହୋଇଥିବା ବେଳେ ବହୁ ସ୍ଥାନରେ ପାରଦ ୩-୪ ଡିଗ୍ରୀ ପର୍ଯ୍ୟନ୍ତ କମିଛି । ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ପଶ୍ଚିମାଝଡ଼ ପ୍ରଭାବ ରହିବାକୁ ଥିବାରୁ ଆହୁରି ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+