ଆଜିଠୁ ପୁଣି ବର୍ଷିବ, ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଆଜିଠୁ ପୁଣି ଓଡ଼ିଶାକୁ ଭିଜାଇବ ଅଦିନିଆ ବର୍ଷା । ଆଜିଠୁ ୨୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା । ଏଥିପାଇଁ ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

ଭୁବନେଶ୍ୱର: ଆଜିଠୁ ପୁଣି ଓଡ଼ିଶାକୁ ଭିଜାଇବ ଅଦିନିଆ ବର୍ଷା । ପଶ୍ଚିମା-ଝଡ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଆଜିଠୁ ୨୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା । ଏଥିପାଇଁ ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡାକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

odisha weather report

ସେହିପରି ଆସନ୍ତାକାଲି ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହୋଇପାରେ। ୨୩ ତାରିଖରେ ବର୍ଷାର ପରିମାଣ ଅଧିକ ବଢ଼ିପାରେ। ଭୁବନେଶ୍ୱରରେ ୨୩ ଓ ୨୪ ତାରିଖରେ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୨୫ ତାରିଖରେ ମଧ୍ୟ ଉପକୂଳ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କୁ ସତର୍କ କରାଯାଇଛି । ଅମଳ ଧାନକୁ ବାହାରେ ନ ରଖି ସୁରକ୍ଷିତ ସ୍ଥାନକୁ ଆଣିବା ସହିତ ୩ରୁ ୪ଦିନ ମଧ୍ୟରେ ରବି ଜାତୀୟ ଫସଲ ବୁଣାବୁଣି ଶେଷ କରିବାକୁ ପରାମର୍ଶ ଦିଆଯାଇଛି ।

ସେପଟେ ଆଜି ରାଜଧାନୀରେ ଘନ କୁହଡ଼ି ଦେଖିବାକୁ ମିଳିଛି । ସକାଳୁ ୧୦ ମିଟର ଦୂରରୁ ମଧ୍ୟ ରାସ୍ତା ଦେଖାଯାଉ ନଥିଲା। ରାଜଧାନୀରେ ଘନ କୁହୁଡି ଯୋଗୁ ବିମାନ ସେବା ବ୍ୟାହତ ହୋଇଛି । ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସିବାକୁ ଥିବା ଇଣ୍ଡିଗୋ- ୨୧୭୮ ବିମାନକୁ ଡାଇଭର୍ଟ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+