ଆସନ୍ତାକାଲିଠାରୁ ରାଜ୍ୟରେ କମିବ ବର୍ଷାର ପରିମାଣ, ତିନି ଦିନ ଶୁଖିଲା ପାଗ
ଆସନ୍ତାକାଲିଠୁ ରାଜ୍ୟରେ କମିବ ବର୍ଷାର ପରିମାଣ । ମଙ୍ଗଳବାରଠାରୁ ପାଗ ଶୁଖିଲା ରହିବ । ୧୧ ରୁ ୧୩ ତାରିଖ ଯାଏଁ ବିଶେଷ ବର୍ଷା ହେବନି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ବର: ଆସନ୍ତାକାଲିଠୁ ରାଜ୍ୟରେ କମିବ ବର୍ଷାର ପରିମାଣ । ମଙ୍ଗଳବାରଠାରୁ ପାଗ ଶୁଖିଲା ରହିବ । ୧୧ ରୁ ୧୩ ତାରିଖ ଯାଏଁ ବିଶେଷ ବର୍ଷା ହେବନି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଆଜି (ସୋମବାର) କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ରବିବାର ପାରଳାଖେମୁଣ୍ଡିରେ ୨୦.୨ମିଲିମିଟର, ତାଳଚେରରେ ୧୨, ନୟାଗଡରେ ୧୨, ଖୋର୍ଦ୍ଧାରେ ୧୦, ପାରାଦୀପରେ ୬.୭, ଗୋପାଳପୁରରେ ୬ମିମି ବର୍ଷା ହୋଇଛି । ସେହିପରି ଅକ୍ଟୋବର ମାସରେ ଏପର୍ଯ୍ୟନ୍ତ ୭୯ ଦଶମିକ ୪ ମିଲିମିଟର ବର୍ଷା ହୋଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୫ ପ୍ରତିଶତ ଅଧକ ଥିବା ଜଣାପଡ଼ିଛି ।
ସେପଟେ ଆସନ୍ତା ୧୭ ତାରିଖରେ ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ପ୍ରବାଭରେ ହାଲୁକାରୁ ମଧ୍ୟମ ଧରରଣ ବର୍ଷା ଜାରି ରହିବ ବୋଲି ଆକଳନ କରାଯାଇଛି । ରାଜ୍ୟରୁ ଏପର୍ଯ୍ୟନ୍ତ ମୌସୁମୀ ଅପସାରଣ କରିନାହିଁ । ବର୍ଷା ଲାଗି ରହୁଥିବାରୁ ମୌସୁମୀ କେବେ ଫେରିବ, ସେ ନେଇ ଆକଳନ ହୋଇପାରି ନାହିଁ ।












Click it and Unblock the Notifications