ତାତିରୁ ମିଳିବ ତ୍ରାହି, ହୋଲିରେ ୭ ଜିଲ୍ଲାକୁ ବର୍ଷିବ !

ପଶ୍ଚିମା ଝଡ଼ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାକୁ ତାପମାତ୍ରାରୁ କିଛିଟା ଆସ୍ୱସ୍ତି ମିଳିବ । ଆସନ୍ତା ୭, ୮ ଏବଂ ୯ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିବା ସହ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

weather report

ଭୁବନେଶ୍ୱର: ତାତିରୁ ମିଳିବ ତ୍ରାହି । ଆଗକୁ ବର୍ଷା । ହୋଲିରେ ୭ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ପଶ୍ଚିମା ଝଡ଼ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାକୁ ତାପମାତ୍ରାରୁ କିଛିଟା ଆସ୍ୱସ୍ତି ମିଳିବ । ଆସନ୍ତା ୭, ୮ ଏବଂ ୯ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିବା ସହ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ୭ ତାରିଖରେ ରାଜ୍ୟର ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାବେଳେ ୮ ତାରିଖରେ ୧୪ଟି ଜିଲ୍ଲା ଏବଂ ୯ ତାରିଖରେ ୭ଟି ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି ।

ଅନ୍ୟପଟେ ଆଜି ରାଜ୍ୟର ୮ ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ ଅତିକ୍ରମ କରିଛି । ୨ ଦିନ ଯାଏଁ ପାଗ ଶୁଖିଲା ରହିବ । ଉପକୂଳ ରେ ସ୍ୱାଭାବିକ ତାପମାତ୍ରାଠାରୁ ୩ ରୁ ୪ ଡିଗ୍ରୀ ଅଧିକ ତାପମାତ୍ରା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ତାଳଚେର ଏବଂ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୩୮. ୬ ଡିଗ୍ରୀ ସେଲସିୟସ୍‍ ଥିବା ରେକର୍ଡ କରାଯାଇଛି । ମାର୍ଚ୍ଚ ମାସରେ ସ୍ୱାଭାବିକଠାରୁ ୪ ରୁ ୬ ଡିଗ୍ରୀ ଉପରେ ପାରଦ ରହିବ । ଆଜି ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକଙ୍କ ପୂର୍ବାନୂମାନ ଅନୁଯାୟୀ ଅପ୍ରେଲ, ମେ' ମାସ ବେଳକୁ ପାରଦ ବଢିବ, ଯାହା ଯୋଗୁଁ ଗରମ ହେବ । ୧୨ ତାରିଖ ପରଠୁ ରାଜ୍ୟରେ ତାପମାତ୍ର ୪୦ ଡ଼ିଗ୍ରୀ ଉପରେ ରହିବ । ଉତ୍ତର-ପଶ୍ଚିମ ପଟୁ ଗରମ ପବନ ବହିବ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+