ଆସୁଛି ଆଉ ଏକ ପଶ୍ଚିମା ଝଡ଼: ୧୫ରୁ ବର୍ଷା ସମ୍ବାବନା, ୧୬ ଓ ୧୭ରେ ପ୍ରବଳ ବର୍ଷିବ

ଆସନ୍ତା ୧୫ ତାରିଖରୁ ପଶ୍ଚିମାଝଡ଼ର ପ୍ରଭାବ ସମ୍ଭାବନା ଥିବା କୁହାଯାଉଛି । ଓଡ଼ିଶା ଉପକୂଳରେ ୧୫ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।

Odisha Weather Report

ଭୁବନେଶ୍ୱର: ତାତିରୁ ମିଳିବ ତ୍ରାହି । କାରଣ ରାଜ୍ୟରେ ଆଉ ଏକ ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୧୫ ତାରିଖରୁ ପଶ୍ଚିମାଝଡ଼ର ପ୍ରଭାବ ସମ୍ଭାବନା ଥିବା କୁହାଯାଉଛି । ଓଡ଼ିଶା ଉପକୂଳରେ ୧୫ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହ ଟ୍ରପ୍ ଲାଇନରେ ପରିଣତ ହୋଇ ପାଗରେ ପରିବର୍ତ୍ତନ ଆଣିବ ବୋଲି ପୂର୍ବାନୁମାନ କରାଯାଇଛି ।

ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଉପକୂଳ ଜିଲ୍ଲା ଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସେହିପରି ୧୬ ଓ ୧୭ରେ ଜୋରରେ ବିଜୁଳି-ଘଡ଼ଘଡ଼ି ହେବା ସହ ବର୍ଷାର ସମ୍ଭାବନା ରହିଛି । ୧୬ ତାରିଖରେ ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅନ୍ୟପଟେ ରାଜ୍ୟର କିଛି ସ୍ଥାନରେ ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ହୋଇଛି । ଗତ ପଶ୍ଚିମା ଝଡ଼ ପ୍ରଭାରେ କନ୍ଧମାଳର ଖଜୁରିପଡ଼ାରେ ୨୭ ମିମି ବର୍ଷା ହୋଇଥିବା ବେଳେ ନବରଙ୍ଗପୁରର ପାପଡ଼ାହାଣ୍ଡିରେ ୨୦ ମିମି ବର୍ଷା ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+