ଏଥର ପୂଜାରେ ଭିଜିବ ସାରା ରାଜ୍ୟ

ଏଥର ପୂଜାରେ ଭିଜିବ ସାରା ରାଜ୍ୟ । ଆସନ୍ତା ୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ଚଳିତଥର ବର୍ଷାରେ ଭିଜିବ ପୂରା ପାର୍ବାଣ ସମୟ ।

ଭୁବନେଶ୍ୱର: ଏଥର ପୂଜାରେ ଭିଜିବ ସାରା ରାଜ୍ୟ । ଆସନ୍ତା ୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ଚଳିତଥର ବର୍ଷାରେ ଭିଜିବ ପୂରା ପାର୍ବାଣ ସମୟ । ସେହିପରି ବର୍ଷା ଯୋଗୁଂ ପୂଜା ବଜାର ଫିକା ପଡ଼ିବାର ମଧ୍ୟ ଆଶଙ୍କା ରହିଛି ।

Dussehra

ସେପଟେ ଆଜି ପାଇଁ ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ ଖୋର୍ଦ୍ଧା, ପୁରୀ । ସେହିପରି କଟକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଭଦ୍ରକ, କେନ୍ଦ୍ରପଡା, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୮ ଓ ୨୯ ତାରିଖରେ କିଛି ଜିଲ୍ଲାରେ ଘଡ ଘଡି ସହ ବର୍ଷା ହୋଇପାରେ । ସେହିପରି ଅକ୍ଟୋବର ୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।

ସେହିପରି ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ-ପଶ୍ଚିମ ରାଜସ୍ଥାନ ଓ କଚ୍ଛରୁ ମୌସୁମୀ ଅପସାରିତ ହୋଇଥିଲା । ଏହାପରେ ମୌସୁମୀ ଅପସାରଣ ପ୍ରକ୍ରିୟା ଧୀର ହୋଇଯାଇଥିଲା । ଏବେ ପୁଣି ଦେଶର କିଛି ସ୍ଥାନରୁ ମୌସୁମୀ ଫେରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁଁ ଗତ ୨ ବର୍ଷ ହେବ ଦଶହରା ପୂଜା ବିନା ଶ୍ରଦ୍ଧାଳୁରେ ପାଳିତ ହୋଇଥିବା ବେଳେ ଏଥର ମହା ଆଡମ୍ବରରେ ପୂଜା ପାଳନ ନିମନ୍ତେ ଚାଲିଛି ପ୍ରସ୍ତୁତି । ମାତ୍ର ପାଣିପାଗ ବିଭାଗର ଆକଳନ ଲୋକଙ୍କୁ ନିରାଶ କରିଛି । ବର୍ଷାରେ ପୂଜାର ମଜା ଫିକା ପଡ଼ିଯିବ ବୋଲି ଆଲୋଚନା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+