ଏଥର ଗୁଳୁଗୁଳି ଗୁଳୁଗୁଳିରେ କଟିଯିବ ବର୍ଷା ଋତୁ !

ଭୁବନେଶ୍ୱର: ଆଷାଢ ଯାଇ ଶ୍ରାବଣ ହେଲାଣି । ହେଲେ ବର୍ଷାର ଦେଖା ନାହିଁ । ସ୍ବାଭାବିକଠାରୁ ୩ ରୁ ୪ ଡିଗ୍ରୀ ଅଧିକ ରହୁଛ ପାରଦ । ଲାଗିରାଣି ଏଥର ଗୁଳୁଗୁଳି ଗୁଳୁଗୁଳିରେ କଟିଯିବ ବର୍ଷା ଋତୁ ।

Odisha Weather Report

ତେବେ ସମୁଦ୍ରର ତାପମାତ୍ରା ବଢୁଥୁବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି । ପ୍ରଶାନ୍ତ ମହାସାଗର, ଆଣ୍ଟଲାଣ୍ଟିକ ମହାସାଗର ଏବଂ ବଙ୍ଗୋପସାଗରର ତାପମାତ୍ରା ବୃଦ୍ଧି ପାଇଛି । ଜଳ ଓ ସ୍ଥଳର ତାପମାତ୍ରା ମିଶି ବିଶ୍ବକୁ ଉତ୍ତପ୍ତ କରୁଛି । ସମୁଦ୍ର ମଧ୍ୟରେ ହିଟଓ୍ବେଭ ପରିସ୍ଥିତି ଲାଗି ରହିଥିବା ବେଳେ ଆରମ୍ଭ ହେଲାଣି ଏଲନିନୋର ପ୍ରଭାବ ବୋଲି ସେ କହିଛନ୍ । ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଓଡିଶାରେ ବଡ଼ ବର୍ଷା ନାହିଁ ବୋଲି ମଧ୍ୟ ସେ ଆକଳନ କରିଛନ୍ତି ।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪.୬ ମିମି ବର୍ଷା ରେକର୍ଡ ହୋଇଛି । ଏହା ସ୍ବାଭାବିକ ବର୍ଷା ୧୦ ମିମି ତୁଳନାରେ ୪୬% ଅଧିକ ବୋଲି ଆଞ୍ଚଳିକ ପା‌ଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ପା‌ଣିପାଗ କେନ୍ଦ୍ର ଆକଳନ କରିଛି । ସେହିପରି ଆସନ୍ତାକାଲି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସେହିଭଳି କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ମଧ୍ୟ ୮ ତାରିଖ ଦିନ ବର୍ଷା ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+